ସଚିନ ପାଇଲଟ ଜଣେ ନିକମା, ଲୋକଙ୍କୁ ଦଳ ବିରୋଧୀ କାର୍ୟ୍ୟ ପାଇଁ ଉସୁକାଉଛନ୍ତି : ଗେହଲଟ୍

ଜୟପୁର : ରାଜସ୍ଥାନରେ ଦେଖାଯାଇଥିବା ରାଜନୈତିକ ସଂଘର୍ଷ ମଧ୍ୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ସୋମବାର ଏକ ସାମ୍ବାଦିକ ସମ୍ମିଳନୀ ଡ଼ାକିଥିଲେ। ଯେଉଁଥିରେ ସେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଉପରେ କ୍ରୋଧରେ ଜର୍ଜରିତ ହୋଇ ଖୁବ୍ ବର୍ଷିଥିବା ଦେଖାଯାଇଛି। ସେ ପାଇଲଟଙ୍କୁ ଟାର୍ଗେଟ କରି କହିଥିଲେ ଯେ, ତାଙ୍କର କାର୍ୟ୍ୟ, ଚରିତ୍ର ଏବଂ ଅସଲ ମୁଖା ସାମ୍ନାକୁ ଆସିଛି। କଂଗ୍ରେସ ସବୁବେଳେ ସଚିନ ପାଇଲଟଙ୍କୁ ସମର୍ଥନ କରିଆସୁଥିଲା। ମାତ୍ର ସେ ଦଳର ପିଠିରେ ଛୁରାମାଡ଼ କରିବା ପାଇଁ ଚକ୍ରାନ୍ତ କରୁଥିଲେ।
ଗେହଲଟ୍ କହିଛନ୍ତି, ପାଇଲଟ୍ ଅଳ୍ପ ବୟସରେ ବହୁତ୍ କିଛି ପାଇଥିଲେ। ପାଇଲଟ୍ ଲୋକଙ୍କୁ ଦଳ ବିରୋଧୀ କାର୍ୟ୍ୟ ପାଇଁ ଉସୁକାଉଥିଲେ । ସେ (ସଚିନ ପାଇଲଟ) ଗତ ୬ ମାସ ଧରି ବିଜେପିର ସହଯୋଗରେ ଷଡଯନ୍ତ୍ର ରଚୁଥିଲେ। ଯେତେବେଳେ ମୁଁ କହିଥିଲି ଯେ ସରକାରକୁ ହଟାଇବା ପାଇଁ ଷଡଯନ୍ତ୍ର ହେଉଛି। କେହି ଜାଣି ନଥିଲେ ଯେ ଏପରି ନିରୀହ ଚେହେରା ଥିବା ବ୍ୟକ୍ତି ଏପରି କାର୍ୟ୍ୟ କରୁଥିବେ ବୋଲି। ମୁଁ ପନିପରିବା ବିକ୍ରୟ କରିବାକୁ ଏଠାକୁ ଆସି ନାହିଁ, ମୁଁ ହେଉଛି ଏ ରାଜ୍ୟର ମୁଖ୍ୟମନ୍ତ୍ରୀ।
ଏହିଭଳି ସାମ୍ବାଦିକ ସମ୍ମିଳନୀରେ ସଚିନ୍ ପାଇଲଟ୍ଙ୍କୁ ମୂଲ୍ୟହୀନ, ଅକ୍ଷମ, କିଛି କରୁନାହାଁନ୍ତି, ଖାଲି ଲୋକଙ୍କୁ ପରଷ୍ପର ମଧ୍ୟରେ ଯୁଦ୍ଧ କରିବା ପାଇଁ ଉସୁକାଉଛନ୍ତି ବୋଲି ଗେହଲଟ୍ କହିଥିଲେ।

Comments are closed.