ପୁଣି ଲଜ୍ଜା; ଯୁବତୀଙ୍କୁ ବଳାତ୍କାର ଅଭିଯୋଗ

ରାଜସ୍ଥାନ : ରାଜସ୍ଥାନରେ ବଳାତ୍କାର ଘଟଣା ବନ୍ଦ ହେବାର ନାମ ନେଉନାହିଁ। ବାରାଂ ମାମଲା ଏପର୍ଯ୍ୟନ୍ତ ଥଣ୍ଡା ହୋଇନଥିବାବେଳେ ରାଜ୍ୟରେ ଆଉ ଏକ ବଳାତ୍କାର ଘଟଣା ସାମ୍ନାକୁ ଆସିଛି। ରାଜସ୍ଥାନର ଚୁରୁ ଜିଲ୍ଲାରେ ଜଣେ ୧୯ ବର୍ଷୀୟ ଯୁବତୀଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରି ନେଇ ବଳାତ୍କାର କରିଛନ୍ତି। ଏହି ବଳାତ୍କାର ଘଟଣାରେ ୯ ଜଣ ଅଭିଯୁକ୍ତଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ପୀଡିତାଙ୍କୁ ଅପହରଣ କରି ଆଠ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନକୁ ନେଇ ବଳାତ୍କାର ଭଳି ଜଘନ୍ୟ ଅପରାଧ କରିଥିଲେ। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତମାନଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଛି।

Comments are closed.