ଝଡ଼ତୋଫାନରେ ତମ୍ବୁ ପଡ଼ି ୧୪ ମୃତ

ବାଡମେରା : ରାଜସ୍ଥାନ ବାଡମେରାରେ ରବିବାର ଅପରାହ୍ଣରେ ଝଡ଼ତୋଫାନରୁ ତମ୍ବୁ ପଡ଼ି ୧୪ ଜଣଙ୍କ ମୃତ୍ୟୁ ଘଟିଛି ଓ ୨୪ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ ଲୋକେ ରାମକଥା ଶୁଣିବାକୁ ବାଡମେରା ଆସିଥିଲେ। ଏହି ସମୟରେ ପ୍ରବଳ ବେଗରେ ପବନ ବହିବା ସହ ମୂଷଳ ଧାରାରେ ବର୍ଷା ହୋଇଥିଲା। ପବନ ଓ ବର୍ଷାରେ ତମ୍ବୁଟି ଭୁଶୁଡ଼ି ପଡିଥିଲା ବେଳେ ବିଦ୍ୟୁତ ତାର ଛିଡି ତଳେ ପଡିଥିଲା। ବିଦ୍ୟୁତ ସଂସ୍ପର୍ଶରେ ଆସି ଅନେକ ଲୋକ ଗୁରୁତର ହୋଇଥିଲେ। ପରେ ଡାକ୍ତର ୧୪ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଅନେକଙ୍କ ଅବସ୍ଥା ଗୁରୁତର ଥିବାରୁ ଆଗକୁ ମୃତକଙ୍କ ସଂଖ୍ୟା ବଢିବ ବୋଲି ଆଶଙ୍କା କରାଯାଉଛି।

Comments are closed.