କରୋନା ଲକ ଡାଉନ : ପୁଲିସ କର୍ମଚାରୀଙ୍କ ଉପରେ ହୋଇଥିବା ହିଂସାକୁ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀଙ୍କ ନିନ୍ଦା

ରାଜସ୍ଥାନ : ମହାମାରୀ କରୋନାକୁ ହରାଇବା ପାଇଁ ସାମିଜକ ଦୂରତ୍ବ ମୁଖ୍ୟ ଅସ୍ତ୍ର ହୋଇଥିବାବେଳେ ସାରା ଦେଶ ଏବେ ସମ୍ପୂର୍ଣ୍ଣ ଲକ ଡାଉନ ରହିଛି। କିଛି ଅମନିଆଲୋକେ ଏହି ଲକ ଡାଉନକୁ ମାନୁ ନାହାନ୍ତି। ଯାହାଫଳରେ ପୁଲିସ ଓ ଅମନିଆଙ୍କ ମଧ୍ୟରେ ହିଂସା ଭଡୁଛି। ଏପରି ଏକ ଘଟଣା ଶୁକ୍ରବାର ରାଜସ୍ଥାନର ଟୋନ୍କ ଜିଲ୍ଲାରେ ଘଟିଛି। ଲକଡାଉନରେ ପୁଲିସ ସମସ୍ତଙ୍କୁ ସଚେତନ କରାଇ ଘରେ ରହିବାକୁ ପରାମର୍ଶ ଦେଉଥିବାବେଳେ କିଛି ଅମାନିଆମାନେ ପୁଲସିକୁ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୫ଜଣ ପୁଲିସ ଗୁରୁତର ହୋଇଥିଲ। ପୁଲିସ କର୍ମଚାରୀଙ୍କ ଉପରେ ହୋଇଥିବା ହିଂସାକୁ ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ ନିନ୍ଦା କରିଛନ୍ତି ।

ଏକ ସ୍ବତନ୍ତ୍ର ସାକ୍ଷାତକାରରେ ସଚିନ୍ ପାଇଲଟ୍ କହିଛନ୍ତି ଯେ, ଯଦି ପୁଲିସ୍ ପାଟ୍ରୋଲିଂ କରୁଛନ୍ତି, ତେବେ ସେମାନେ ନାଗରିକଙ୍କ ସୁରକ୍ଷା ପାଇଁ ଏହା କରୁଛନ୍ତି। ଯଦି କେହି ଅନୁଭବ କରୁଛନ୍ତି ଯେ, ସେମାନେ ଆଇନକୁ ନିଜ ହାତକୁ ନେଇ ପୁଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ କରିବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Comments
Loading...