ଋଣଛାଡ ପରେ ଚାଷୀମାନଙ୍କ ପାଇଁ ପେନସନ ଘୋଷଣା କରିବେ ରାଜସ୍ଥାନ ସରକାର

0

ନୂଆଦିଲ୍ଲୀ : ରାଜସ୍ଥାନରେ କଂଗ୍ରେସ ସରକାର ଚାଷୀମାନଙ୍କ ପାଇଁ ଋଣଛାଡ କରିବାପରେ ବର୍ତ୍ତମାନ ଅନ୍ୟ ଏକ ବଡ ଘୋଷଣା କରିବାକୁ ଯାଉଛନ୍ତି। ରାଜସ୍ଥାନର ସମସ୍ତ କୃଷକଙ୍କୁ ପେନସନ ଦେବାକୁ ସରକାର ଯୋଜନା କରିଛନ୍ତି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏ ନେଇ ବୁଧବାର ବିଧାନସଭାରେ ସୂଚନା ଦେଇଛନ୍ତି। ଅଶୋକ ଗେହଲଟଙ୍କ କହିବା ଅନୁସାରେ ରାଜ୍ୟରେ ଥିବା ଲଘୁ ସୀମାନ୍ତ କୃଷକଙ୍କୁ ଏହି ପେନସନ ମିଳିବ। ଏହାବ୍ୟତୀତ ସରକାର ବିପିଏଲ ପରିବାରଙ୍କୁ ୨ଟଙ୍କା ବଦଳରେ ୧ଟଙ୍କାରେ ଗହମ ମିଳିବ। ଉଚିତ ସମୟରେ ନିଜର ଋଣ ବ୍ୟାଙ୍କରେ ପୈଠ କରୁଥିବା ଚାଷୀମାନଙ୍କ ପାଇଁ ସରକାର ଅଲଗା ପ୍ୟାକେଜ ଘୋଷଣା କରିବେ। ଏହାସହ ରଜସ୍ଥାନରେ ସବର୍ଣ୍ଣ ମାନଙ୍କ ପାଇଁ ୧୦% ସଂରକ୍ଷଣ ବିଲ ଆଗତ କରାଯିବ।

Leave A Reply