ରାଜସ୍ଥାନ, ତେଲଙ୍ଗାନା ମତଦାନ ଆଜି

0

ନୂଆଦିଲ୍ଲୀ : ରାଜସ୍ଥାନ ଓ ତେଲଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ଭୋଟ ଗ୍ରହଣ ହେବ। ରାଜସ୍ଥାନର ୨୦୦ ଆସନରୁ ୧୯୯ଟି ଆସନ ଓ ତେଲଙ୍ଗାନାର ୧୧୯ଟି ଆସନ ପାଇଁ ଭୋଟ ଗ୍ରହଣ ହେବ। ରାଜସ୍ଥାନ ନିର୍ବାଚନରେ ମୋଟ ୨୨୭୪ଜଣ ପ୍ରାର୍ଥୀ ଓ ତେଲଙ୍ଗାନା ନିର୍ବାଚନରେ ୧୮୨୧ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।
ରାଜସ୍ଥାନରେ କଂଗ୍ରେସ ଓ ବିଜେପି ମଧ୍ୟରେ ଦ୍ୱିପାକ୍ଷିକ ଲଢେଇ ଚାଲିଥିବାବେଳେ ତେଲଙ୍ଗାନାରେ କଂଗ୍ରେସ, ବିଜେପି ଓ ଟିଆରଏସ୍‍ ମଧ୍ୟରେ ତ୍ରିପାକ୍ଷିକ ଲଢେଇ ଚାଲିଛି। ତେଲଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ୨୮୦,୭୪୭,୨୨ କୋଟି ଭୋଟର ପଞ୍ଜିକୃତ ହୋଇଥିବାବେଳେ ସେମାନଙ୍କ ପାଇଁ ୩୨,୮୧୫ଟି ମତଦାନ କେନ୍ଦ୍ର ଖୋଲାଯାଇଛି। ନିର୍ବାଚନ ପରିଚାଳନା ପାଇଁ ୧.୫୦ କର୍ମଚାରୀ ନିୟୋଜିତ ହୋଇଥିବା ବେଳେ ୫୫,୩୨୯ଟି ଇଭିଏମ୍‍ ବ୍ୟବହାର ଲାଗି ରଖାଯାଇଛି।
ସେହିପରି ରାଜସ୍ଥାନ ନିର୍ବାଚନ ପାଇଁ ୪.୭୫କୋଟି ଭୋଟର ପଞ୍ଜିକୃତ ହୋଇଥିବାବେଳେ ମତଦାନ ପାଇଁ ୫୧,୯୬୫ଟି ମତଦାନ କେନ୍ଦ୍ର ଖୋଲାଯାଇଛି। ଡିସେମ୍ବର ୧୧ରେ ଏହି ଦୁଇ ରାଜ୍ୟ ସହିତ ଛତିଶଗଡ, ମଧ୍ୟପ୍ରଦେଶ ଓ ମିଜୋରାମ ଭଳି ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ଭୋଟ ଗଣତି ହେବ।

Leave A Reply