କୋଭିଡ ମୁକାବିଲା ପାଇଁ ରଜନୀକାନ୍ତ ଦେଲେ ୫୦ ଲକ୍ଷ ଟଙ୍କା

ଚେନ୍ନଇ: କୋଭିଡ ମୁକାବିଲା ପାଇଁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନଙ୍କୁ ଅଭିନେତା ରଜନୀକାନ୍ତ ୫୦ ଲକ୍ଷ ଟଙ୍କା ଦାନ କରିଛନ୍ତି। ସୋମବାର ସେ ଷ୍ଟାଲିନଙ୍କୁ ଭେଟି ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଉକ୍ତ ଅର୍ଥ ଦାନ କରିଛନ୍ତି। ଏଥିସହିତ ଜନସାଧାରଣ କୋଭିଡ ନିୟମାବଳୀ ମାନିବାକୁ ସେ ନିବେଦନ କରିଛନ୍ତି। ରଜନୀକାନ୍ତ କହିଛନ୍ତି, ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ଯାହାସବୁ ନିୟମାବଳୀ, କଟକଣା ଲାଗୁ କରାଯାଉଛି, ସେସବୁ ଜନସାଧାରଣ ମାନିବା ଉଚିତ। କୋଭିଡ-୧୯ର ଦ୍ୱିତୀୟ ଲହର ମୁକାବିଲା ନିମନ୍ତେ ଜନସାଧାରଣ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିବା ପରେ ରଜନୀକାନ୍ତ ଏଭଳି ପଦକ୍ଷେପ ନେଇଛନ୍ତି।

Comments are closed.