ବିଜେଡି ପକ୍ଷରୁ ଘୋଷଣା : ରଜନୀକାନ୍ତ ସିଂହ ଉପ-ବାଚସ୍ପତି ପ୍ରାର୍ଥୀ,ପ୍ରଣବ ବଳବନ୍ତରାୟ ଉପ ମୁଖ୍ୟ ସଚେତକ

ଭୁବନେଶ୍ବର : ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ରଜନୀକାନ୍ତ ସିଂହଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଉପ ବାଚସ୍ପତି ପ୍ରାର୍ଥୀ କରାଯାଇଛି । ଦଳପକ୍ଷରୁ ଏ ନେଇ ଘୋଷଣା କରାଯାଇଛି । ସେହିପରି ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ବିଜୁ ଜନତା ଦଳ ପକ୍ଷରୁ ଉପ ମୁଖ୍ୟ ସଚେତକ ଭାବେ ନିଯୁକ୍ତି ଦିଆଯାଇଛି । ପ୍ରେସ ବିଜ୍ଞପ୍ତି ଜରିଆରେ ବିଜେଡି ପକ୍ଷରୁ ଏହା ଘୋଷଣା କରାଯାଇଛି।

ସୂଚନାଯୋଗ୍ୟ ଚଳିତଥରକୁ ମିଶାଇ ଅନୁଗୋଳରୁ ତିନଥର ବିଧାୟକ ଥିବା ରଜନୀକାନ୍ତ ସିଂହ ପୂର୍ବରୁ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିପରିଷଦରେ ଖଣି ଓ ଇସ୍ପାତ ମନ୍ତ୍ରୀ ଥିଲେ । ସେହିପରି ପ୍ରଣବ ବଳବନ୍ତରାୟ ଗତ ୨ଥର ହେବ ଯାଜପୁରର ଧର୍ମଶାଳା ବିଧାନସଭା ଆସନରୁ ବିଜେଡି ଟିକଟରେ ରାଜ୍ୟ ବିଧାନସଭାକୁ ବିଜୟୀ ହୋଇଛନ୍ତି।

Comments are closed.