ଅନୁପ୍ରବେଶକାରୀଙ୍କୁ ହତ୍ୟା କରିବା ଉଚିତ: ବିଜେପି ନେତା

0

ହାଇଦ୍ରାବାଦ୍‍: ପୁଣି ଥରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି ଆଉ ଜଣେ ବିଜେପି ନେତା ତଥା ତେଲେଙ୍ଗାନାର ଜନୈକ ବିଧାୟକ ରାଜା ସିଂହ। ଭାରତର ସୁରକ୍ଷା ପାଇଁ ରୋହିଙ୍ଗ୍ୟା ଓ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଗୁଳି କରି ହ୍ୟତ୍ୟା କରାଯିବା ଉଚିତ ବୋଲି ସେ କହିଛନ୍ତି। ଆସାମ ଏନ୍‍ଆରସି ତାଲିକାକୁ ନେଇ ଏବେ ଦେଶରେ ରାଜନୈତିକ ଉଷ୍ମତା ଆରମ୍ଭ ହୋଇଥିବା ବେଳେ ରାଜାଙ୍କ ମନ୍ତବ୍ୟ ଏହି ପ୍ରସଙ୍ଗକୁ ଅଧିକ ବିବାଦୀୟ କରିପାରେ ବୋଲି ଆଶଙ୍କା କରାଯାଉଛି।
ରାଜା କହିଛନ୍ତି ଯେ ରୋହଙ୍ଗ୍ୟା ଓ ବାଂଲାଦେଶରୁ ଅବୈଧ ଭାବରେ ଆସି ଭାରତରେ ରହୁଥିବା ଲୋକମାନେ ନିଜେ ନିଜେ ଭାରତ ଛାଡ଼ି ଚାଲିଯିବା ଆବଶ୍ୟକ। ଯଦି ସେମାନେ ସ୍ୱଇଚ୍ଛାରେ ଯାଉ ନାହାନ୍ତି ତେବେ ସେମାନଙ୍କୁ ଗୁଳି କରି ହତ୍ୟା କରିବା ଉଚିତ। ନ ହେଲେ ଭାରତ ପ୍ରତି ବିପଦ ରହିଛି।
ସୂଚନାଯୋଗ୍ୟ, ଏବେ ଆସାମ୍‍ ଏନଆରସି ତାଲିକାକୁ ନେଇ ରାଜନୈତିକ ବାତାବରଣ ସରଗରମ ରହିଛି। ଏନ୍‍ଆରସି ପ୍ରସଙ୍ଗରେ ବିରୋଧୀମାନେ ଅଯଥା ରାଜନୀତି କରୁଛନ୍ତି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ କହିଥିବା ବେଳେ ବିରୋଧୀମାନେ ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ଯୋଗାଇ ଦେଉଛନ୍ତି ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କହିଛନ୍ତି। ଶ୍ରୀ ଶାହା କହିଛନ୍ତି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ଅମଳରେ ଆସାମରେ ଏନ୍‍ଆରସି ଭଳି ଏକ ଉଦ୍ୟମ ଆରମ୍ଭ ହୋଇଥିଲା। ତାହା କାର୍ଯ୍ୟକାରୀ ହୋଇଥିଲେ ଶରଣାର୍ଥୀ ଓ ନାଗରିକମାନଙ୍କ ପ୍ରକୃତ ପରିଚୟ ଜଣାପଡ଼ିଥାନ୍ତା। କିନ୍ତୁ ସାହସ ନଥିବାରୁ କଂଗ୍ରେସ ପରବର୍ତ୍ତୀ ସମୟରେ ତାହା କାର୍ଯ୍ୟକାରୀ କଲାନାହିଁ।

Leave A Reply