ରଜ ସଂକ୍ରାନ୍ତିରେ ଝିଅମାନେ କରନ୍ତୁ ନାହିଁ ଏସବୁ ଭୁଲ୍‍: ପରିଣାମ ଭୋଗିବ ସାରା ପରିବାର

ସମାଜ ପୋର୍ଟାଲ ଡେସ୍କ: ରଜର ଦ୍ୱିତୀୟ ଦିନ ହେଉଛି ରଜ ସଂକ୍ରାନ୍ତି। ଏହାକୁ ମିଥୁନ ସଂକ୍ରାନ୍ତି ବୋଲି ମଧ୍ୟ କୁହାଯାଏ। ଏହିଦିନ ସୂର୍ଯ୍ୟ ବୃଷ ରାଶି ତ୍ୟାଗ କରି ମିଥୁନ ରାଶିରେ ପ୍ରବେଶ କରିଥାଆନ୍ତି। ତେବେ ଏହି ଦିନ କିଛି କାର୍ଯ୍ୟ କରିବାକୁ ବାରଣ କରାଯାଇଛି। ଏପରି କିଛି କାମ ଅଛି, ଯାହା ଖାସ୍‍ କରି ଝିଅମାନେ ଏହି ଦିନ କଲେ ବର୍ଷ ସାରା ସମ୍ପୂର୍ଣ୍ଣ ପରିବାରକୁ ଦୁଃଖ ଭୋଗିବାକୁ ପଡ଼େ ବୋଲି ବିଶ୍ୱାସ ରହିଛି। ଆସନ୍ତୁ ଜାଣିବା ରଜ ସଂକ୍ରାନ୍ତିରେ କେଉଁ ସବୁ କାମ କରିବା ଅନୁଚିତ୍‍।

୧. ରଜରେ ମୁଖ୍ୟତଃ ପୋଡ଼ ପିଠା ହୋଇଥାଏ। ହେଲେ ରଜ ସଂକ୍ରାନ୍ତି ଦିନ ପୋଡ଼ ପିଠା ଖାଆନ୍ତୁ ନାହିଁ। କାରଣ ସଂକ୍ରାନ୍ତି ଦିନ ପୋଡ଼ା ଖାଦ୍ୟ ଖାଇଲେ ବର୍ଷ ସାରା ଅନେକ କୁପରିଣାମ ଭୋଗିବାକୁ ପଡ଼ିଥାଏ। କେବଳ ପୋଡ଼ ପିଠା ନୁହେଁ ଏହି ଦିନ କୌଣସି ବି ପୋଡ଼ା ଖାଦ୍ୟ ଖାଇବା ଉଚିତ ନୁହେଁ। ତେବେ ରଜର ବାକି ଦୁଇ ଦିନ ଆପଣ ପୋଡ଼ ପିଠା ଖାଇପାରିବେ।

୨. ଏହି ଦିନ ଝିଅମାନେ ଖାଲି ପାଦରେ ଚାଲନ୍ତୁ ନାହିଁ। କୁହାଯାଏ ଯେ, ରଜରେ ଝିଅମାନେ ଖାଲିପାଦରେ ଭୂମି ଉପରେ ଚାଲିଲେ ଧରିତ୍ରୀ ମା’ କୋପ କରିଥାଆନ୍ତି।

୩. ଝିଅମାନେ ଠାକୁର ଦର୍ଶନ କରନ୍ତୁ ନାହିଁ। କୁହାଯାଏ ଏହି ସମୟରେ ଦେବୀମାନେ ରଜବତୀ ହୋଇଥାଆନ୍ତି ଓ ଝିଅମାନେ ଏହି ସମୟରେ ଠାକୁର ଦର୍ଶନ କରିବା ଅନୁଚିତ। ଏହାସହିତ ସ୍ତ୍ରୀ ଲୋକମାନେ ଠାକୁର ପୂଜା କରନ୍ତୁ ନାହିଁ। ଯଦି ଘରେ ବୃଦ୍ଧ ମହିଳା ଥିବେ, ତେବେ ସେ ପୂଜା କରିପାରିବେ ଓ ପୁଅମାନେ କରିପାରିବେ।

୪. ରଜ ତିନି ଦିନରେ ଝିଅମାନେ ତେଲ ଲଗାନ୍ତୁ ନାହିଁ। ଏପରି କଲେ ବର୍ଷ ସାରା ପରିବାରରେ ଅଭାବ ଅନଟନ ଲାଗି ରହିବ।

Comments are closed.