ରାଜା ରବି ବର୍ମାଙ୍କ ଚିତ୍ରକଳା ୫ କୋଟିରେ ନିଲାମ

0

ନ୍ୟୁୟର୍କ : ରାଜା ରବି ବର୍ମାଙ୍କ ଏକ ଚିତ୍ରକଳା ୫ କୋଟି ଟଙ୍କାରେ ନିଲାମ ହୋଇଥିବା ଜଣାପଡିଛି। ଆମେରିକାର ନ୍ୟୁୟର୍କସ୍ଥିତ ସୋଥ୍‌ବେ ସଂଗଠନ ପକ୍ଷରୁ ଏହି ନିଲାମ ପ୍ରକ୍ରିୟା ଆୟୋଜିତ ହୋଇଥିଲା। ଏହି ଚିତ୍ରକଳାଟି ୩ କୋଟିରେ ନିଲାମ ହେବ ବୋଲି ଆୟୋଜକମାନେ ଆଶା ରଖିଥିଲେ। ଏହି ଚିତ୍ରକଳାରେ ସ୍ୱର୍ଗର ଅପସରା ତିଳୋତ୍ତମାଙ୍କୁ ସ୍ଥାନିତ କରାଯାଇଛି। ପୌରାଣିକ ମତବାଦ ଅନୁଯାୟୀ ସୁନ୍ଦ ଓ ଉପସୁନ୍ଦ ନାମକ ଦୁଇ ରାକ୍ଷସ ଭ୍ରାତାଙ୍କୁ ନିଧନ କରିବାକୁ ବ୍ରହ୍ମା ତିଳୋତ୍ତମା ନାମ୍ନୀ ଅପସରାଙ୍କୁ ସୃଷ୍ଟି କରିଥିଲେ। ତିଳୋତ୍ତମାଙ୍କ ସୌନ୍ଦର୍ଯ୍ୟରେ ପାଗଳ ହୋଇ ତାଙ୍କୁ ବିବାହ କରିବାକୁ ଦୁଇ ଭାଇ ନିଜ ମଧ୍ୟରେ ଲଢେଇ କରି ଶେଷରେ ପ୍ରାଣ ହରାଇଥିଲେ।

Leave A Reply