ପୁଲିସ ଦେଖି ରଜ ଭୋଜି ଭଣ୍ଡୁର; ଅମାନିଆ ଜିଲା ପରିଷଦ ଉପାଧ୍ୟକ୍ଷ ଗିରଫ

ଭୁବନେଶ୍ବର: ସରକାର ନିୟମ କରିଛନ୍ତି ଯେ କରୋନା ପାଇଁ ସବୁ ବନ୍ଦ । ସଭା ସମିତି ବନ୍ଦ, ଭୋଜି ଭାତ ବନ୍ଦ । ଏପରିକି ବାହାଘର ଓ ଅନ୍ତିମ ସଂସ୍କାର ପରି ଜରୁରୀ ଆବଶ୍ୟକତା କ୍ଷେତ୍ରରେ ମଧ୍ୟ କଟକଣା ରହିଛି । ହେଲେ ସରକାରୀ ବ୍ୟବସ୍ଥାରେ ସାମିଲ ଥିବା ଜଣେ ଲୋକ ପ୍ରତିନିଧି ନିୟମ ଭାଙ୍ଗି ଭୋଜିଭାତ କରିବା ଘଟଣା କୌତୂହଳ ସୃଷ୍ଟି କରିଛି । ଅମାନିଆ ଜିଲା ପରିଷଦ ଉପାଧ୍ୟକ୍ଷଙ୍କ ସହ ୩ ଜଣଙ୍କୁ ଗିରଫ କରିଛି ପୁଲିସ ।

ପହିଲି ରଜରେ କେନ୍ଦୁଝର ଉପ ଜିଲାପାଳ ଉପାଧ୍ୟକ୍ଷ ଅକ୍ଷୟ ସାହୁ ଓ କିଛି ଯୁବକ ପଦନା ଛକ ନିକଟ ପଡ଼ିଆରେ ଭୋଜି କରୁଥିବା ସୂଚନା ପୁଲିସ ନିକଟରେ ପହଞ୍ଚିଥିଲା । ପୁଲିସ ସେଠାରେ ପହଞ୍ଚିବା ବେଳେକୁ ଭାତ, ମାଂସ ରନ୍ଧା ସରିଥିଲା । ବହୁ ଯୁବକ ସେଠାରେ ଉପସ୍ଥିତ ଥିଲେ । ନା ଥିଲା ସାମାଜିକ ଦୂରତା ନା ଥିଲା ମୁହଁରେ ମାସ୍କ । ପୁଲିସ ପହଞ୍ଚିବା ଦେଖି ଭୋଜି କରୁଥିବା ଯୁବକମାନେ ଦୌଡ଼ି ପଳାଇଲେ । ହେଲେ ଧରା ପଡ଼ିଲେ ଜିଲା ପରିଷଦ ଉପାଧ୍ୟକ୍ଷ । ତାଙ୍କ ସହ ଆଉ ୨ ଜଣଙ୍କୁ ମଧ୍ୟ ପୁଲିସ ଗିରଫ କରିଛି । କୋବିଦ ଆଇନ ଅନୁସାରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।

Comments are closed.