‘ସ୍ତ୍ରୀ’ ପରେ ଆଉ ଏକ ପ୍ରେତାତ୍ମା ସିନେମାରେ ନଜର ଆସିବେ ‘ରାଜ କୁମାର ରାଓ’

0

ନୂଆଦିଲ୍ଲୀ : ହରହର କମେଡି ସିନେମା ‘ସ୍ତ୍ରୀ’ର ସଫଳତା ପରେ ଅଭିନେତା ରାଜ କୁମାର ରାଓ ଆଉ ଏକ ହରର କମେଡି ଚଳଚ୍ଚିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି। ଖବରଅନୁସାରେ, ସେ ‘ମେଣ୍ଟାଲ ହେ କ୍ୟା’ ନାମକ ଏକ ହରର କମେଡି ହିନ୍ଦି ଚଳଚ୍ଚିତ୍ରରେ ନଜର ଆସିବେ। ଏଥିରେ ତାଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିବେ ‘କଙ୍ଗନା ରଣାବତ’। ଦିନେଶ ବିଜାନଙ୍କ ପ୍ରଯୋଜନାରେ ଏହି ଚଳଚ୍ଚିତ୍ର ନିର୍ମାଣ ହେବ। ମେଣ୍ଟାଲ ହେ କ୍ୟା ଚଳଚ୍ଚିତ୍ରରେ ରାଜକୁମାର ରାଓ ଏକ ଗାଉଁଲି ଯୁବକର ଚରିତ୍ରରେ ଅଭିନୟ କରିବେ। ଏହି ଚଳଚ୍ଚିତ୍ରରେ ରାଜ କୁମାରଙ୍କ ସହିତ ବରୁଣ ଶର୍ମା ଅଭିନୟ କରିବା ଦେଖିବାକୁ ମିଳିବ। ଏହାପୂର୍ବରୁ ରାଜ କୁମାର ରାଓଙ୍କର ହରର କମେଡି ଚଳଚ୍ଚିତ୍ର ‘ସ୍ତ୍ରୀ’ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ର ବକ୍ସଅଫିସରେ ଭଲ ବ୍ୟବସାୟ କରିଥିଲା। ଚଳଚ୍ଚିତ୍ରଟି କମ ମୂଲ୍ୟ ନିର୍ମାଣ ହୋଇଥିଲେ ମଧ୍ୟ ଦର୍ଶକ ମାନେ ଏହାର କାହାଣୀକୁ ବେଶ ପସନ୍ଦ କରିଥିଲେ।

Leave A Reply