‘ମାଲେସିଆ ଗୋଲ୍ଡେନ୍‍ ଗ୍ଲୋବାଲ ପୁରସ୍କାର’ ବିଚାରକ ମଣ୍ଡଳୀର ମୁଖ୍ୟ ହେବେ ରାଜ କୁମାର ହିରାନୀ

ମୁମ୍ବଇ : ବଲିଉଡ଼ର ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ଏବଂ ନିର୍ଦେଶକ ରାଜ କୁମାର ହିରାନୀ ‘ମାଲେସିଆ ଗୋଲ୍ଡେନ୍‍ ଗ୍ଲୋବାଲ ପୁରସ୍କାର’ ବିଚାରକ ମଣ୍ଡଳୀର ମୁଖ୍ୟ ଭାବେ ମନୋନିତ ହୋଇଛନ୍ତି। ଜୁଲାଇ ୨୦ରେ ମାଲେସିଆ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବର ଆୟୋଜିତ ହେବ। ସୂଚନା ମୁତାବକ, ହିରାନୀଙ୍କ ବ୍ୟତୀତ ଦକ୍ଷିଣ କୋରିଆର ସନେମାଟୋଗ୍ରାଫର କିମ୍‍ ହ୍ୟୁଙ୍ଗ୍‍-କୁ, ନିର୍ଦେଶକ ଜୋକୋ ଅନୱର, ସିସିଲିଆ ଇପ୍‍ ଏବଂ ୟୁହାଙ୍ଗ ମାଲେସିଆ ଗୋଲ୍ଡେନ୍‍ ଗ୍ଲୋବାଲ ପୁରସ୍କାର ବିଚାରକ ମଣ୍ଡଳୀର ସଦଶ୍ୟ ରହିବେ।

pic courtesy-loksatta

ରାଜ କୁମାର ହିରାନୀ ବଲିଉଡ଼କୁ ଅନେକ ଗୁଡିଏ ବ୍ଲକ ବଷ୍ଟର ସିନେମା ଦେଇଛନ୍ତି। ଯେଉଁଥିରେ ଅମୀର ଖାନଙ୍କ ଅଭିନୀତ ଥ୍ରି ଇଡିଅଟସ୍‍ ଏବଂ ପିକେ ରହିଛି। ନିକଟରେ ରାଜ କୁମାର ହିରାନୀ ନିର୍ଦ୍ଦେଶିତ ଏବଂ ରଣବୀର କପୁର ଅଭିନୀତ ‘ସଞ୍ଜୁ’ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା ଏବଂ ଏହି ସିନେମାରେ ଅଭିନୟ ପାଇଁ ରଣବୀ କପୁରୁ ଫିଲ୍ମ ଫେୟାର ଆୱାର୍ଡରେ ସମ୍ମାନିତ ହୋଇଥିଲେ।

Comments are closed.