ରାଜଭବନ ଛକ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣା :ଡିଏନଏ ରିପୋର୍ଟରୁ ସ୍ପଷ୍ଟ ହେଲା ନିଖୋଜ ସୀମାଞ୍ଚଳ ପରିଡା ମୃତ

ଭୁବନେଶ୍ବର : ରାଜଭବନ ଛକ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ନିଖୋଜ ସୀମାଞ୍ଚଳଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ବିସ୍ଫୋରଣ ପରେ ସୀମାଞ୍ଚଳ ପରିଡା ନିଖୋଜ ରହିଥିଲେ । ତେବେ ଘଟଣାସ୍ଥଳରୁ ମିଳିଥିବା ମାଂସ ଖଣ୍ଡର ଡିଏନଏ ରିପୋର୍ଟରୁ ସ୍ପଷ୍ଟ ହୋଇଛି ଯେ ନିଖୋଜ ସୀମାଞ୍ଚଳ ପରିଡାଙ୍କର ବିସ୍ଫେରଣରେ ମୃତ୍ୟୁ ହୋଇଛି। ଡିଏନଏ ରିପୋର୍ଟ ମିଳିବା ପରେ ଏନେଇ ସୂଚନା ଦେଇଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।ପୁଲିସ କମିଶନର କହିଛନ୍ତି ଯେ ବିସ୍ଫୋରଣ ଘଟଣାସ୍ଥଳରେ ମିଳିଥିବା ମାଂସ ଖଣ୍ଡର ଡିଏନଏ ରିପୋର୍ଟ ଆସିବା ପରେ ନିଖୋଜ ସୀମାଞ୍ଚଳ ପରିଡାଙ୍କର ବିସ୍ଫେରଣରେ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିଲା। ଏନେଇ ସୀମାଞ୍ଚଳଙ୍କ ପରିବାରଲୋକଙ୍କୁ ଜଣାଇ ଦିଆଯାଇଛି । ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ପୁଲିସ କମିଶନର ।

ବିସ୍ଫୋଣରେ ସୀମାଞ୍ଚଳଙ୍କ ମୃତ୍ୟୁ ସମ୍ପର୍କରେ ପୁଲିସ କମିଶନର ମଧ୍ୟ ଆଇଓସିଏଲ କର୍ତ୍ତୃପକ୍ଷଙ୍କୁ ଜଣାଇ ଦେଇଛନ୍ତି । ଫଳରେ ମୃତ ସୀମାଞ୍ଚଳଙ୍କ ପରିବାରଲୋକଙ୍କୁ କ୍ଷତିପୂରଣ ମିଳିପାରିବ । ଘଟଣାରେ ସୀମାଞ୍ଚଳ ପରିଡାଙ୍କ ସମେତ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ନେଇ ଡିଏନଏ ରିପୋର୍ଟରେ ସୂଚନା ଦିଆଯାଇନାହିଁ ବୋଲି କମିଶନର କହିଛନ୍ତି । ଘଟଣାର ତଦନ୍ତ ଚାଲିଛି । ଶୁବ୍ ଶୀଘ୍ର ଏ ନେଇ ଅଧିକ ତଥ୍ୟ ପ୍ରଦାନ କରାଯିବ ବୋଲି ପୁଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି ।

Comments are closed.