ଭଦ୍ରକରେ ରାଜ୍ ବବର୍ ଙ୍କ ରୋଡ଼୍ ଶୋ’ ; ବିଜେପିକୁ ସମାଲୋଚନା

ଭଦ୍ରକ : ବଲିଉଡ଼ ଅଭିନେତା ତଥା ବରିଷ୍ଠ କଂଗ୍ରେସ ନେତା ଓ ପୂର୍ବତନ ସାଂସଦ ରାଜ୍ ବବର୍ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ଭଦ୍ରକରେ ଜୋରଦାର ପ୍ରଚାର କରିଛନ୍ତି। ପୁରୁଣାବଜାର ମହାବୀର ପଡ଼ିଆରୁ ଦିନ ୧୧ଟା ସମୟରେ ଆରମ୍ଭ ହୋଇଥିବା କଂଗ୍ରେସର ଏକ ବିଶାଳ ରୋଡ଼୍ ଶୋ’ରେ ସେ ସାମିଲ ହୋଇଥିଲେ। ଏହି ଅବସରରେ ସେ କଂଗ୍ରେସ ବିଧାୟକ ପ୍ରାର୍ଥୀ ନଳିନୀ ମହାନ୍ତି ଓ ସାଂସଦ ପ୍ରାର୍ଥୀ ମଧୁମିତା ସେଠୀଙ୍କ ପାଇଁ ପ୍ରଚାର କରିଥିଲେ। ମୋଦୀ ସରକାରକୁ ସମାଲୋଚନା କରି କଂଗ୍ରେସକୁ ଭୋଟ ଦେବା ପାଇଁ ସେ ନିବେଦନ କରିଛନ୍ତି । ବିଜେପି ସରକାର ଦେଶରେ ବିଭାଜନର ରାଜନୀତି କରୁଛି ବୋଲି ସେ ଅଭିଯୋଗ କରିଛନ୍ତି।

ଏହି ରୋଡ଼ ଶୋ’ରେ ତାଙ୍କ ସହ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ସମେତ ଅନେକ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ। ରାଜ୍ ବବର୍ ହେଲିକପ୍ଟର ଯୋଗେ ମହାବୀର ପଡ଼ିଆରେ ପହଞ୍ଚିଥିଲେ। ଏହାପରେ କଂଗ୍ରେସର ବିରାଟ ରୋଡ଼ ଶୋ ଆରମ୍ଭ ହୋଇଥିଲା।

Comments are closed.