ଟ୍ରକ-ଅଟୋ ଧକ୍କା ; ଜଣେ ଶିଶୁ ସମେତ ୫ ମୃତ

ରାଇସେନ :ମଧ୍ୟପ୍ରଦେଶରେ ଗତ କିଛି ଦିନ ମଧ୍ୟରେ ଲଗାତାର ଭାବେ ସଡକ ଦୁର୍ଘଟଣା ଘଟୁଥିବା ଦେଖାଯାଉଛି। ବୁଧବାର ବିଳମ୍ବିତ ରାତିରେ ରାଇସେନରେ ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଓ ଅଟୋ ମଧ୍ୟରେ ଧକ୍କା ହୋଇ ୫ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ରହିଛି। ଏହାସହ ୫ ଜଣ ଗୁରୁତର ମଧ୍ୟ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ଭୋପାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ସୂଚନାନୁଯାୟୀ, ରାଇସେନରୁ ୨୨ କିଲୋମିଟର ଦୂର ଭୋପାଳ ରୋଡ ଟେଡିୟା ପୋଲ ନିକଟରେ ଉମରାବଗଞ୍ଜ ଥାନା ଅଞ୍ଚଳରେ ଏକ ଯାତ୍ରୀବାହୀ ଅଟୋ ସହ ଟ୍ରକ ଧକ୍କା ହୋଇଛି। ଦୁର୍ଘଟଣା ଖୁବ ଜୋରରେ ହୋଇଥିବାରୁ ଘଟଣା ସ୍ଥଳରେ ହିଁ ଜଣେ ଶିଶୁ ସମେତ ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ପୁଲିସ ଓ ରାଇସେନ ଜିଲା ମୁଖ୍ୟାଳୟର ତହସିଲଦାର ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ମୃତାହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିବା ସହ ତଦନ୍ତ ଜାରି ରଖିଛି।

Comments are closed.