ଗୋରୁହାଟରେ ଗୁଳିକାଣ୍ଡ; ଜଣେ ବ୍ୟବସାୟୀ ମୃତ, ୨୦ ଲକ୍ଷ ଲୁଟ୍‌

ରାଇରଙ୍ଗପୁର: ଗ୍ରାମାଞ୍ଚଳ ଥାନା ହାଟବାଦଡ଼ା ଗୋରୁହାଟରେ ଗୁଳିକାଣ୍ଡ ହୋଇଛି । ୪ଜଣ ଦୁର୍ବୃତ୍ତ ୨ଜଣ ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼ କରି ୨୦ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ହାଟବାଦଡା ସାପ୍ତାହିକ ଗୋରୁହାଟ ନିକଟରେ ଗୁଳିକାଣ୍ଡ ଘଟିଥିବା ବେଳେ ୪ଜଣ ଦୁର୍ବୃତ୍ତ ୩ ରାଉଣ୍ଡ ଗୁଳି କରି ୨୦ଲକ୍ଷ ଟଙ୍କା ଲୁଟ୍‌ କରିଛନ୍ତି । ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ପଶ୍ଚିମବଙ୍ଗର ଗୋରୁ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଛି । ଗୁଳିମାଡ଼ରେ କିଛି ଗୋରୁ ଆହତ ହୋଇଥିବା ମଧ୍ୟ ଜଣାପଡ଼ିଛି ।

ଦୁଇଟି ବାଇକରେ ଚାରିଜଣ ଦୁର୍ବୃତ୍ତ ଆସି ଗୋ ବ୍ୟବସାୟୀଙ୍କ ଉପରକୁ ଅତର୍କିତ ଗୁଳିମାଡ଼ କରି ୨୦ ଲକ୍ଷ ଟଙ୍କା ଲୁଟ କରି ଆଖି ପିଛୁଳାକେ ଫେରାର ହୋଇ ଯାଇଥିଲେ। ସେପଟେ ଉକ୍ତ ବେବସାୟୀଙ୍କ ଛାତିରେ ଚାରି ରାଉଣ୍ଡ ଗୁଳି ବାଜିଥିବା ବେଳେ ଗୁଳିମାଡ଼ ହୋଇଥିବା ବ୍ୟକ୍ତିୟଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ରାଇରଙ୍ଗପୁର ହସ୍ପିଟାଲ ଅଣାଯାଇଥିଲା । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । ତେବେ ଗତ ଶନିବାର ଦିନ ଜଶିପୁରରେ ଗୋ ବ୍ୟବସାୟୀଙ୍କ ଗୁଳି ମାଡ଼ରେ ଦୁଇ ଜଣ ଗୁରୁତର ଆହତ ହୋଇଥିବା ବେଳେ ଆଜି ପୁଣି ରାଇରଙ୍ଗପୁର ଅଞ୍ଚଳରେ ଗୁଳିମାଡ଼ରେ ଜଣେ ମୃତ୍ୟୁବରଣ କରିଥିବା ଘଟଣା ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

 

Comments are closed.