ବିପୁଳ ପରିମାଣର କେନ୍ଦୁପତ୍ର ଜବତ, ୧୦ ଗିରଫ

0

ରେଢାଖୋଲ : ସମ୍ବଲପୁର ଜିଲା ରେଢାଖୋଲ ଛକ ନିକଟରୁ ବିପୁଳ ପରିମାଣର କେନ୍ଦୁପତ୍ର ଜବତ ହୋଇଛି। ରେଢାଖୋଲ ପୁଲିସ ପାଟ୍ରୋଲିଂ ସମୟରେ ଏକ ଦଶ ଚକିଆ ଟ୍ରକରୁ କେନ୍ଦୁପତ୍ର ଜବତ କରିଛି। ମୋଟ୍‍ ୪୫ କ୍ୟୁଣ୍ଟାଲ କେନ୍ଦୁପତ୍ର ଜବତ କରାଯାଇଛି।
ଏହି କାରବାର ସହିତ ସଂପୃକ୍ତ ୧୦ ଜଣଙ୍କୁ ପୁଲିସ ଗିରଫ କରିବା ସହିତ ଏକ ମାରୁତି ସୁଇପ୍ଟ କାର, ଏକ ଜିପ୍‍ ଜବତ କରିଛି। ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Leave A Reply