ଥାନାରେ ହାଜର ଲାଗି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ନୋଟିସ

ରାୟପୁର: ସ୍ଥାନୀୟ ସିଭିଲ୍ ଲାଇନ୍ ଥାନାରେ ଜୁନ୍ ୨ ତାରିଖରେ ହାଜର ହେବା ଲାଗି ବିଜେପି ରାଷ୍ଟ୍ରୀୟ ମୁଖପାତ୍ରଙ୍କୁ ନୋଟିସ ଜାରି କରିଛି ପୁଲିସ । ଥାନା ପ୍ରଭାରୀ ଏ ସମ୍ପର୍କରେ ଏକ ନୋଟିସ ଶ୍ରୀ ପାତ୍ରଙ୍କ ଦିଲ୍ଲୀ ଅଶୋକା ରୋଡସ୍ଥିତ ଠିକଣାରେ ପଠାଇଛି । ତାଙ୍କ ବିରୋଧରେ ରାୟପୁରର ଏହି ଥାନାରେ ଧାରା ୧୫୩ (ଏ), ୨୯୮ ଓ ୫୦୫ (୨)ରେ ମାମଲା ପଞ୍ଜିକୃତ ହୋଇଛି । ଶ୍ରୀ ପାତ୍ର ତାଙ୍କ ଟ୍ବିଟର ଆକାଉଣ୍ଟରେ ୧୯୮୪ ମସିହା ଦଙ୍ଗାରେ ଶିଖଙ୍କ ମୃତ୍ୟୁକୁ ନେଇ କଂଗ୍ରେସର କିଛି ନେତାଙ୍କ ସମ୍ପର୍କରେ ଦେଇଥିବା ଟିପ୍ପଣୀ ଦେଇଥିଲେ । ଏହାକୁ ଆଧାର କରି ଏହି ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଶ୍ରୀ ପାତ୍ର ଏବେ ଅସୁସ୍ଥ ଥିବାରୁ ଚିକିତ୍ସା ନିମନ୍ତେ ଡ଼ାକ୍ତରଖାନାରେ ଭର୍ତି ହୋଇଛନ୍ତି । ତାଙ୍କଠାରେ କରୋନା ଲକ୍ଷଣ ଦେଖା ଯାଇଥିଲା ବୋଲି କୁହାଯାଇଥିଲା ।

Comments are closed.