ରାୟପୁର ହେଲିକପ୍ଟର ଦୁର୍ଘଟଣାରେ ଓଡିଆ ପାଇଲଟ୍‍ଙ୍କ ସମେତ ଦୁଇ ମୃତ

ରାୟପୁର : ଛତିଶିଗଡର ରାୟପୁର ବିମାନବନ୍ଦରରେ ଗୁରୁବାର ରାତିରେ ଏକ ଅଘଟଣ ଘଟିଛି। ରାତି ପ୍ରାୟ ୯ଟା ସମୟରେ ଏକ ସରକାରୀ ହେଲିକପ୍ଟର ଅବତରଣ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଦୁଇ ଜଣ ପାଇଲଟ୍‍ଙ୍କ ମୃତ୍ୟୁ ଘଟିଛି। ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଦୁଇ ଜଣ ପାଇଲଟ୍‍ଙ୍କ ମଧ୍ୟରୁ ଜଣେ ଓଡିଆ ଅଛନ୍ତି । ସେ ସମ୍ବଲପୁର ଜିଲା ବାହାମ ଗାଁର ଗୋପାଳକୃଷ୍ଣ ପଣ୍ଡା ବୋଲି ସୂଚନା ମିଳିଛି। ଅନ୍ୟ ଜଣେ କ୍ୟାପଟେନ୍‍ ଏ ପି ଶ୍ରୀବାସ୍ତବ। ବୈଷୟିକ ତ୍ରୁଟି କାରଣରୁ ଏଭଳି ଦୁର୍ଘଟଣା ଘଟିଛି ବୋଲି ସୂଚନା ମିଳିଛି।

Comments are closed.