ବର୍ଷା ଦିନ ପାଇଁ କିଛି ଆବଶ୍ୟକୀୟ ଟିପ୍ସ୍

ଖରାର ଦିନ ଶେଷ ହୋଇ ଧିରେ ଧିରେ ବର୍ଷା ଆରମ୍ଭ ହେବାକୁ ଲାଗିଲାଣି। ବର୍ଷା ଦିନରେ ଆମକୁ ନିଜ ତ୍ୱଚା ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିଥାଏ। ଜାଣନ୍ତୁ ବର୍ଷା ଦିନେ କିଭଳି ନେବେ ନିଜ ତ୍ୱଚାର ଯତ୍ନ….
ମୁହଁକୁ ଭଲ ଭାବେ ଧୁଅନ୍ତୁ –
ଦିନ ଭିତରେ ଅତି କମରେ ୩ ଥର ମୁହଁକୁ ଭଲ ଭାବେ ଧୁଅନ୍ତୁ। ଏପରି କରିବା ଦ୍ୱାରା ମୁହଁର ଚର୍ମ ସଠିକ ରହିବା ସହ ଅପରିଷ୍କାର ପଦାର୍ଥ ବାହାରି ଯାଏ। ବର୍ଷାର ପାଣି ଚର୍ମରେ ପଡ଼ିବା ଦ୍ୱାରା କୁଣ୍ଡାଇ ହେବା ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ବର୍ଷାରେ ଓଦା ହେବା ପରେ ସଙ୍ଗେ ସଙ୍ଗେ ଭଲ ଭାବେ ଧୋଇ ହେବା ଆବଶ୍ୟକ।
ସଠିକ ଖାଦ୍ୟ ଖାଆନ୍ତୁ –
ବର୍ଷା ଦିନରେ ଅଧିକ ତେଲଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। କାରଣ ଏହି ସମୟରେ ପେଟ ଖରାପ ହେବାର ଅଧିକ ସମ୍ଭାବନା ଥାଏ। ଭିଟାମିନ ଏ ଓ ଭିଟାମିନ ସି ଯୁକ୍ତ ଖାଦ୍ୟ ଅଧିକ ପରିମାଣରେ ଖାଆନ୍ତୁ। ଏହାଦ୍ୱାରା ଆପଣଙ୍କ ମୁହଁର ଚର୍ମ ସଠିକ ରହିଥାଏ।
ପାଣି ପିଅନ୍ତୁ –
ବଦହଜମି ସମସ୍ୟାରୁ ରକ୍ଷା ପାଇବା ପାଇଁ ନିୟମିତ ୨ ରୁ ୩ଲିଟର ପାଣି ପିଅନ୍ତୁ। ତରଳ ପଦାର୍ଥ ମଧ୍ୟ ପିଅନ୍ତୁ।
ସାମ୍ପୁ ଓ କଣ୍ଡିଶନର ବ୍ୟବହାର –
ବର୍ଷା ଦିନରେ ସପ୍ତାହକୁ ୨ଥର ନିଶ୍ଚୟ ସାମ୍ପୁ ଓ କଣ୍ଡିଶନର କେଶରେ ଲଗାନ୍ତୁ, ଏହାସହ ସପ୍ତାହକୁ ଥରେ ତେଲ ଲଗାନ୍ତୁ।

Comments are closed.