ଅସରାଏ ବର୍ଷାରେ ଭୁବନେଶ୍ବର ବେହାଲ

ଭୁବନେଶ୍ବର : ଲଘୁଚାପ ଜନିତ ଲଗାଣ ବର୍ଷାରେ ଭୁବନେଶ୍ବର ବେହାଲ ହୋଇପଡିଛି । ଶୁକ୍ରବାର ସକାଳୁ ​‌ଅସରାଏ ବର୍ଷାରେ ରାଜଧାନୀ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ପାଣି ଜମି ରହିଛି । ବିଶେଷ କରି ଇସ୍କନ ମନ୍ଦିର ସାମ୍ନାରେ କୃତିମ ହ୍ରଦ ସୃଷ୍ଟି ହୋଇଛି। ରସୁଲଗଡ ଠାରୁ ବରମୁଣ୍ଡା ପର୍ଯ୍ୟନ୍ତ ଓଭର ବ୍ରିଜ ଉପରେ ଓ ତଳେ ବର୍ଷା ପାଣି ଜମି ରହିଛି। ଯାହା ଯାତାୟତରେ ସମସ୍ୟା ସୃଷ୍ଟି କରିଛି।

ବିଶେଷକରି ବାଣୀ ବିହାର, ଆଚାର୍ଯ୍ୟ ବିହାର ଏବଂ ଫାୟାର ଷ୍ଟେସନ ଅଞ୍ଚଳରେ ଓଭର ବ୍ରିଜତଳ ପଟ ରାସ୍ତାରେ ପାଣି ଜମି ରହିଛି। ସହରର ଅନ୍ୟାନ୍ୟ ତଳିଆ ଅଞ୍ଚଳରେ ମଧ୍ୟ ପାଣି ଜମି ରହିଥିବା ଜଣାପଡିଛି।

 

Comments are closed.