ଆଖଣ୍ଡଳମଣିଙ୍କ ଗର୍ଭଗୃହରେ ପଶିଲା ବର୍ଷାପାଣି

ବୁଡିଲା ମଣିବାବାଙ୍କ ବିଗ୍ରହ, ପାଣି ଭିତରେ ଚାଲିଛି ବାବାଙ୍କ ଦୈନନ୍ଦିନ ନୀତିକାନ୍ତି

ଆରଡି: ଲଘୁଚାପ ପ୍ରଭାବରେ ଆରଡି ଓ ଆଖପାଖ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିଠାରୁ ଶୁକ୍ରବାର ପର୍ଯ୍ୟନ୍ତ ବର୍ଷା ଲାଗି ରହିବା ଫଳରେ ଆରଡି ପୀଠର ବାବା ଆଖଣ୍ଡଳମଣିଙ୍କ ଗର୍ଭଗୃହକୁ ଅମୃତକୁଣ୍ଡ/ପାଦୁକ କୁଣ୍ଡ ଦେଇ ବର୍ଷାପାଣି ପ୍ରବେଶ କରିଛି। ଫଳରେ ମଣିବାବାଙ୍କ ବିଗ୍ରହ ଅର୍ଦ୍ଧାଧିକ ବୁଡିଯିବାରୁ ଆଜି ଭୋର ମଙ୍ଗଳ ଆଳତୀ ଓ ଘର୍ଷଣଲାଗି ନୀତିରେ ବିଳମ୍ବ ଘଟିଛି। ଏପରିକି ବର୍ଷାପାଣିରେ ପଶି ସେବାୟତମାନେ ମଣିବାବାଙ୍କର ପୂଜାର୍ଚ୍ଚନା ଜାରୀ ରଖିଛନ୍ତି। ଏବେ ଗର୍ଭଗୃହରୁ କିପରି ବର୍ଷାପାଣି ନିଷ୍କାସିତ ହେବ ସେଥିପାଇଁ ପ୍ରଶାସନ ପକ୍ଷରୁ ମଟର ଚାଳିତ ପମ୍ପ ପ୍ରସ୍ତୁତ କରାଯାଇ ଜଳ ନିଷ୍କାସନ କରାଯାଉଛି।

Comments
Loading...