ଜଳଘେରରେ ୫-ଟି ହାଇସ୍କୁଲ ଖେଳପଡିଆ

ପିପିଲି : ବାତ୍ୟା ‘ଜୱାଦ’ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ରାଜ୍ୟ ସରକାରଙ୍କ ଉଚ୍ଚବିଦ୍ୟାଳୟ ରୂପାନ୍ତରଣ (୫ଟି-ହାଇସ୍କୁଲ ଟ୍ରାନ୍ସଫର୍ମେସନ) କାର୍ଯ୍ୟକ୍ରମରେ ରୂପାନ୍ତରିତ ହୋଇଥିବା ପିପିଲି ନୋଡାଲ ହାଇସ୍କୁଲର ଖେଳପଡିଆରେ ଏବେ ଦେଢ ଫୁଟ ଉଚ୍ଚରେ ବର୍ଷାଜଳ ଲହଡି ଭାଙ୍ଗୁଛି । ଗତ ନଭେମ୍ବର ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ଅଭାସୀ ମାଧ୍ୟମରେ ପୁରୀ ଜିଲାର ଅନ୍ୟ ବିଦ୍ୟାଳୟ ସମେତ ଏହି ରୂପାନ୍ତରିତ ଉଚ୍ଚବିଦ୍ୟାଳୟକୁ ଉଦ୍‍ଘାଟନ କରିଥିଲେ। ବିଦ୍ୟାଳୟର ଖେଳପଡିଆଟି ସଂପୂର୍ଣ୍ଣ ଖାଲୁଆ ହୋଇଥିବାରୁ ସେଠାରେ ବର୍ଷାାଜଳ ଦୀର୍ଘମାସ ଧରି ଜମି ରହୁଥିବା ଯୋଗୁଁ ପିପିଲି ଏନ୍‍ଏସି ପକ୍ଷରୁ ମୁକ୍ତା ଯୋଜନାରେ ୭ଲକ୍ଷ ଟଙ୍କା ବ୍ୟୟରେ ମାତ୍ର ୨୦ଦିନ ତଳେ ଏହାକୁ ମାଟି ପୋତାଯାଇ ସମତୁଳ କରାଯାଇଥିଲା ।  ତେବେ ୨ଫୁଟ୍‍ ବଦଳରେ ମାତ୍ର ୬ଇଞ୍ଚ ଉଚ୍ଚତାରେ ମାଟି ପୋତାଯିବା ଯୋଗୁଁ ପୂର୍ବଭଳି ସେଠାରେ ବର୍ଷାଜଳ ଜମି ରହିଥିବା ଅଭିଯୋଗ ହୋଇଛି । ଜଳ ନିଷ୍କାସନ ପାଇଁ ସେଠାରେ କୌଣସି ବ୍ୟବସ୍ଥା ନଥିବାରୁ ଆଖପାଖ ଅଞ୍ଚଳର ବର୍ଷାଜଳ ଏହି ଖେଳପଡିଆରେ ଜମା ହୋଇ ରହୁଛି । ଉଚ୍ଚ କତ୍ତୃପକ୍ଷ ଏଥିପ୍ରତି ତୁରନ୍ତ ଦୃଷ୍ଟିଦେଇ ଖେଳପଡିଆକୁ ଆବଶ୍ୟକ ଉଚ୍ଚତାରେ ମାଟିପୋତିବା ସହ ଜଳ ନିଷ୍କାସନ ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି।

Comments are closed.