୫ ଜିଲାରେ ବର୍ଷା ଆଶଙ୍କା; ୟେଲୋ ୱାର୍ଣିଂ ଜାରିକଲା ପାଣିପାଗ ବିଭାଗ

 ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର, ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଉପକୂଳ ଓଡ଼ିଶା ମଧ୍ୟରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ଏଥିନିମନ୍ତେ ପାଣିପାଗ ବିଭାଗ ୟେଲୋ ୱାର୍ଣିଂ ଜାରି କରିଛି ।  କନ୍ଧମାଳ, ଗଞ୍ଜାମ, ନୟାଗଡ଼ ଓ ରାୟଗଡା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଆସନ୍ତାକାଲି  ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଅନୁରୂପ ଭାବରେ କେନ୍ଦୁଝର, ମୟୂରଭଞ୍ଜ, ସୁନ୍ଦରଗଡ଼, ଢ଼େଙ୍କାନାଳ, ଅନୁଗୋଳ, କୋରାପୁଟ, କଳାହାଣ୍ଡି, ଗଜପତି, ପୁରୀ ବୌଦ୍ଧ ଜିଲାରେ ମଧ୍ୟ ବର୍ଷା ଆଶଙ୍କା ରହିଛି । 

ଜୁଲାଇ ମାସ ଆରମ୍ଭରୁ ରାଜ୍ୟରେ ଏ ପର୍ଯ୍ୟନ୍ତ ୨୭୦.୬ ମିମି ବର୍ଷା ରେକର୍ଡ଼ କରାଯାଇଛି । ସୂଚନା ଅନୁସାରେ ଅବିଭକ୍ତ କଟକ ଓ ପୁରୀ ଜିଲା ବ୍ୟତୀତ ଅନ୍ୟ ଅଞ୍ଚଳରେ ବର୍ଷା ସ୍ବାଭାବିକ ରହିଛି ।

Comments are closed.