ଲଘୁଚାପ ଜନିତ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ

ଗୁରୁଡିଝାଟିଆ: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଖାସ କରି କୋଭିଡ ମହାମାରୀ ସମୟରେ କୋହଲା ପାଗ ,ଥଣ୍ଡା,ଶ୍ୱାସରୋଗୀ ଙ୍କ ସହିତ ଛୋଟ ପିଲାଙ୍କ ପାଇଁ କାଳ ସାଜିଛି। ବର୍ଷା ଯୋଗୁଁ ରାସ୍ତାଘାଟରେ ପାଣି ଜମିରହୁଛି। ଅଧିକାଂଶ ଲୋକ ଥଣ୍ଡା ଓ କାଶ ପାଇଁ ବାହାରକୁ ଯିବା ପାଇଁ ନିରାପଦ ମଣୁନାହାନ୍ତି। ପାଣିପାଗର ସୁଚନା ଅନୁଯାୟୀ ଆହୁରି ଦୁଇଦିନ ବର୍ଷା ଲାଗିରହିବ। ଏଥିସହିତ ଆସନ୍ତା ୯ ତାରିଖ ଠାରୁ ପୁନର୍ବାର ଲଗୁଚାପ ବର୍ଷା ଆରମ୍ଭ ହେବାର ସମ୍ଭାବନା ରହିଛି। ଏଭଳି ୨ ସପ୍ତାହ ଧରି ଯଦି ବର୍ଷା ଓ କୋହଲା ପାଗ ଲାଗିରହେ ତାହାଲେ ସାଧାରଣ ଜନତା ଦହଗଞ୍ଜ ହେବେ ତାହାଠାରୁ ଅଧିକ ଅସୁବିଧାର ସମ୍ମୁଖିନ ହେବେ ଶ୍ରମିକ ଶ୍ରେଣୀୟ ବ୍ୟକ୍ତିମାନେ। ଏଥିସହିତ ଥଣ୍ଡା ଓ କାଶରେ ଜଡିତ ଜନସାଧାରଣ ଅବସ୍ଥା ଅଧିକ ଜଙ୍କିଳ ହେଇପଡ଼ିବ। ଗତ ୩ ଦିନ ଧରି ଗୁରୁଡିଝାଟିଆ ଅଞ୍ଚଳର ସମସ୍ତ ଗାଁରେ ବର୍ଷା ଲାଗିରହିଥିବା ବେଳେ ମଝିରେ ମଝିରେ ବଜ୍ରପାତ ହେଉଛି।

Comments are closed.