ପୁଣି ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର : ପୁଣି ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଦାନା ବାନ୍ଧୁଛି ବୋଲି ବୁଧବାର ଜଣାପଡ଼ିଛି। ପଶ୍ଚିମ – କେନ୍ଦ୍ର ବଙ୍ଗୋପସାଗର ଆନ୍ଧ୍ର ଉପକୂଳରେ ଏହି ଲଘୁଚାପ ଆସୁଛି। ଆସନ୍ତା ୧୩ ସୁଦ୍ଧା ଲଘୁଚାପ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରାଯାଇଛି। ଏନେଇ ଭାରତୀୟ ପାଣି ପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଲଘୁଚାପ ଦକ୍ଷିଣ ଓଡ଼ିଶାରେ ପ୍ରଭାବ ପକାଇବା ନେଇ ପୂର୍ବାନୁମାନ କରାଯାଉଛି। ଏହାପୂର୍ବରୁ ଲଗାତାର ୩ଟି ଲଘୁଚାପ ହେବା ଦ୍ୱାରା ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା।

Comments are closed.