ଆସନ୍ତା ୨୪ ଘଣ୍ଟାରେ ବର୍ଷା ସମ୍ଭାବନା; ୧୧ ଜିଲାକୁ ୟେଲୋ ୱାର୍ଣ୍ଣି ଜାରି

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ମରାଠା ଠାରୁ ଦକ୍ଷିଣ ତାମିଲନାଡ଼ୁ ଯାଏଁ ସୃଷ୍ଟ ଟ୍ରପ ଲାଇନ ପ୍ରଭାବରେ ବର୍ଷା ହେବ ବୋଲି ଜଣାପଡ଼ିଛି। ବର୍ଷା ପାଇଁ ୧୧ ଜିଲାକୁ ଆଞ୍ଚଳିକ ପାଣି ପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି। ସେହି ଜିଲା ଗୁଡ଼ିକ ହେଲା ସୁନ୍ଦରଗଡ଼, ମୟୂରଭଞ୍ଜ, ବାଲେଶ୍ୱର, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼, ସୋନପୁର, ବୌଦ୍ଧ, ବଲାଙ୍ଗୀର, କନ୍ଧମାଳ, ସମ୍ବଲପୁର। ଆସନ୍ତା କାଲି ଉତ୍ତର, ପଶ୍ଚିମ ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ବର୍ଷା ହେବ ବୋଲି ଜଣାପଡ଼ିଛି। ୧୩ରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ୧୩ ପରେ ପାଗ ଶୁଖିଲା ରହିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

Comments are closed.