୨୪ ଘଣ୍ଟାରେ ଏହି ସ୍ଥାନରେ ବର୍ଷା ସମ୍ଭାବନା

ନୂଆଦିଲ୍ଲୀ : ଉତ୍ତର-ପଶ୍ଚିମ ମଧ୍ୟପ୍ରଦେଶ ଓ ଆଖପାଖ ଅଞ୍ଚଳରେ ଲଘୁଚାପର ପ୍ରଭାବ ଦେଖାଦେଇଛି । ଏହାର ପ୍ରଭାବରେ ୨୪ ଘଣ୍ଟା ମଧ୍ୟରେ ପୂର୍ବ ରାଜସ୍ଥାନ,ଗଙ୍ଗୀୟ ପଶ୍ଚିମବଙ୍ଗ, ହିମାଚଳ ପ୍ରଦେଶର କିଛି ସ୍ଥାନ, ଉତ୍ତରାଖଣ୍ଡ, ଗୋଆର କିଛି ଅଞ୍ଚଳରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବା ସହ କିଛି ସ୍ଥାନରେ ଜୋରରେ ବର୍ଷା ହୋଇପାରେ । ପଞ୍ଜାବ, କୋନକଣ,ଗୋଆ, ମଧ୍ୟପ୍ରଦେଶ, ଛତିଶିଗଡର କିଛି ଅଞ୍ଚଳ,ବିହାର, ଓଡିଶାର କିଛି ଅଞ୍ଚଳ, ତଟୀୟ କର୍ଣ୍ଣାଟକ, କେରଳ, ଆଣ୍ଡାମାନ ଓ ନିକୋବର ଦ୍ୱୀପ ସମୂହ,ପଶ୍ଚିମ ରାଜସ୍ଥାନର ଭିନ୍ନ ଭିନ୍ନ ଅଞ୍ଚଳ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ମଧ୍ୟ ଓ ଦକ୍ଷିଣ ଉତ୍ତରପ୍ରଦେଶ, ଝାଡଖଣ୍ଡ, ତଟୀୟ ଉତ୍ତର ପ୍ରଦେଶ,ତଟୀୟ ଆନ୍ଧ୍ରପ୍ରଦେଶ, ଦକ୍ଷିଣ ଗୁଜରାଟ, ତେଲେଙ୍ଗାନା,ତାମିଲନାଡୁ ଓ ଲାକ୍ଷାଦ୍ୱୀପରେ ମଧ୍ୟ ବର୍ଷା ହୋଇଛି ।

Comments are closed.