ତାତିରୁ ମିଳିବ ମୁକ୍ତି ; ଅଧିକାଂଶ ସ୍ଥାନରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର : ଏଣିକି ଅସହ୍ୟ ତାତିରୁ ମିଳିବ ମୁକ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ୪ ଦିନରେ କାଳବୈଶାଖୀ ହେବାର ସମ୍ଭବାନା ରହିଛି। ଏହାସହ ଆଜି ୧୩ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କୋରାପୁଟ, ମାଲକାନଗିରି, ରାୟଗଡା, ଗଜପତି,ଗଞ୍ଜାମ,କନ୍ଧମାଳ, ନବରଙ୍ଗପୁର, ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଦେବଗଡ ଜିଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା କାଲି ପାଇଁ ୧୪ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଆସନ୍ତା ୧୦ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ହେବାର ସମ୍ଭବାନା ରହିଛି।

Comments are closed.