ମୁରିବାହାଲରେ କାଳ ବୈଶାଖୀ ତାଣ୍ଡବ – ବିଦ୍ୟୁତ ସେବା ବାଧାପ୍ରାପ୍ତ

ମୁରିବାହାଲ: ମୁରବାହାଲ ବ୍ଲକ ଅଂଚଳରେ ଶୁକ୍ରବାର ଓ ଶନିବାର ହୋଇଯାଇଥିବା କାଳବୈଶାଖିର ପ୍ରଭାବରେ ଜୋର ରେ ବର୍ଷା ପବନ ଓ କୂଆ ପଥର ମାଡ ଯୋଗୁଁ ଜନ ଜୀବନ ଅସ୍ଥବ୍ୟସ୍ଥ ହୋଇପଡିବା ସହ ଶତାଧିକ ଗଛ ଭାଙ୍ଗିଯାଇ ଥିବାବେଳେ ବିଦ୍ୟୁତ ସେବା ଗୁରୁତର ବାଧାପ୍ରାପ୍ତ ହୋଇଛି କ଼ାଳ ବୈଶାଖୀର ପ୍ରଭାବରେ ଅତି ପ୍ରବଳ ବେଗରେ ପବନ ସାଙ୍ଗକୁ ବର୍ଷା ଓ କୁଆପଥର ମାଡ ହୋଇଥିବା ଯୋଗୁଁ ପବନରେ ଶତାଧିକ ଗଛ ଭାଙ୍ଗି ରାସ୍ତାରେ ଲୋଟି ପଡିଥିଲା, ଗଛ ପଡି ରାସ୍ତା ଅବରୋଧ ଓ ପବନରେ ତାର ଛିଣ୍ଡି ଯିବା ଯୋଗୁଁ ବିଦ୍ୟୁତ ସେବା ଗୁରୁତର ବାଧାପ୍ରାପ୍ତ ହୋଇଥିବା ସୂଚନା ମିଳିଛି।

ବ୍ଲକର କୌଣସି ଅଂଚଳରେ ମଧ୍ୟ ବିଦ୍ୟୁତ ସେବା ଯୋଗାଇ ଦିଆଯାଇ ପାରିନଥିବାରୁ ଅସହ୍ୟ ଗରମ ଓ ଗୁଲଗୁଳିିରେ ଲୋକ ମାନେ ରାତିରେ ବହାରେ ସମୟ କାଟୁଥିବା ଜଣାପଡିଛି।ଏହି କାଳ ବୈଶାଖୀରେ ଗୋଟିଏ ପଟେ କରୋନା ମହାମାରୀର ଚଡକ ଓ ଅନ୍ୟ ପଟରେ ରବି ‘ସଲ ଅମଳ କରିଥିବା ଛୋଟ ଓ ନାମ ମାତ୍ର ଚାଷୀ ପନିପରିବା ବିଶେଷ କ୍ଷତିଗ୍ରସ୍ତ ହୋଇଛି।ଏହି କାଳ ବୈଶାଖୀ ପ୍ରଭାବରେ ଗଡଗଡବାହାଲ ଗ୍ରାମର ପନିପରିବା ଚାଷୀ ବଂଶୀଧର ବାଗଙ୍କ ସହ ଅନ୍ୟ ଚାଷୀମାନଙ୍କ ଚାଷ ସମ୍ପୂର୍ଣ୍ଣ ଭାବରେ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ପ୍ରଶାସନ ପକ୍ଷରୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପ୍ରଦାନ ପାଇଁ ଦାବି ହେଉଛି।

Comments are closed.