ରାଜ୍ୟର ବିଭିନ୍ନସ୍ଥାନରେ ବର୍ଷା ସମ୍ଭାବନା, ପଶ୍ଚିମ ଓଡିଶାରେ ଗ୍ରୀଷ୍ମ ପ୍ରବାହ

ନୂଆଦିଲ୍ଲୀ . – ଛତିଶଗଡ ଓ ଝାଡଖଣ୍ଡ ଉପରେ ଏକ ଚକ୍ରବାତ ବାୟୁ ଚଳାଚଳ କ୍ଷେତ୍ର ସୃଷ୍ଟି ହୋଇଛି । ଅନ୍ତର୍ଜାତୀୟ ପାଣିପାଗ ସୂଚନା ସଂସ୍ଥାନ ସ୍କାଏମେଟର ସୂଚନା ଅନୁସାରେ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷ। ସମ୍ଭାବନା ଥିବା କୁହାଯାଇଛି । ଏହି ଚକ୍ରବାତ ଯୋଗୁଁ ବଙ୍ଗୋପସାଗରରୁ ଆଦ୍ର ବାୟୁ ପ୍ରବାହିତ ହେଉଛି । ଚକ୍ରବାତ ପ୍ରଭାବରେ ଉପକୂଳ ଓଡିଶା ଓ କେନ୍ଦ୍ରୀୟ ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି ।

ଆଦ୍ର ବାୟୁର ପ୍ରଭାବରେ ଉପକୂଳ ଓଡିଶା କଟକ, ଭୁବନେଶ୍ୱର, ଭଦ୍ରକ , ବାଲେଶ୍ୱର , ଜଗତସିଂହପୁର , ରାୟଗଡ, ଗଞ୍ଜାମରେ ବର୍ଷା ହୋଇପାରେ । ଏଥିଯୋଗୁଁ ପ୍ରବଳ ଗ୍ରୀଷ୍ମ ପ୍ରବାହରୁ ମୁକ୍ତି ମିଳିବ । ଘଡଘଡି ସହ ବର୍ଷା ହୋଇ ପାରେ ବୋଲି ସ୍କାଏମେଟ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ମାତ୍ର ପଶ୍ଚିମ ଓଡିଶାରେ ଉତ୍ତର ପଶ୍ଚିମ ଦିଗରୁ ବହୁଥିବା ଗରମ ବାୟୁର ପ୍ରଭାବ ରହିବ । ଭବାନୀପାଟଣା, ଟିଟିଲାଗଡ, ନବରଙ୍ଗପୁର ଓ ବଲାଙ୍ଗୀରରେ ଆସନ୍ତା ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ହେବ ବୋଲି ଆଶଙ୍କା କରାଯାଇଛି ।

Comments are closed.