ଦିନକ ପରେ ପୁଣି ବର୍ଷା

ଭୁବନେଶ୍ବର : ଲଘୁଚାପ ପ୍ରଭାବରେ ଗତ ତିନିଦିନ ଧରି ରାଜ୍ୟରେ ଲାଗି ରହିଥିବା ବର୍ଷା କିଛିଟା ହ୍ରାସ ପାଇବ। କିନ୍ତୁ ଗୋଟିଏ ଦିନ ପରେ ୧୨ ତାରିଖ ଯାଏ ବିଭିନ୍ନ ଜିଲାରେ ବର୍ଷା ସମ୍ଭାବନା ରହିଛି। କିଛି ଜିଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇପାରେ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବୁଧବାର ଦିନ ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇପାରେ।

ଆଜି ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାତି ଓ ଗୁଳୁଗୁଳି ବଢ଼ିବ। ୯ ତାରିଖ ଦିନ ମାଲକାନଗିରି, କୋରାପୁଟ, ରାୟଗଡ଼ା, କେନ୍ଦୁଝର ଓ ମୟୂରଭଞ୍ଜ ଜିଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ। ଏଥିସହ ନବରଙ୍ଗପୁର, କନ୍ଧମାଳ, ସୁନ୍ଦରଗଡ଼, ଅନୁଗୋଳ, ଢ଼େଙ୍କାନାଳ, କଟକ ଓ ଗଞ୍ଜାମ ଜିଲାରେ ବର୍ଷା ସମ୍ଭାବନା ଅଛି। ୧୧ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ରେ ସର୍ବାଧିକ ୯୪.୪ ମିମି ବର୍ଷା ହୋଇଛି। ସେହିପରି ହୀରାକୁଦରେ ୪୫ ମିମି, ଝାରସୁଗୁଡ଼ାରେ ୩୬.୬ ମିମି, ଟିଟିଲାଗଡ଼ରେ ୩୨.୪ ମିମି, ବାରିପଦାରେ ୧୧.୮ ମିମି ବର୍ଷା ହୋଇଛି।

Comments are closed.