ତାମିଲନାଡୁରେ ବର୍ଷା ବିତ୍ପାତ: ୩ ମୃତ

ଚେନ୍ନଇ : ତାମିଲନାଡୁରେ ପୁଣି ବର୍ଷା ବିତ୍ପାତ ଦେଖାଦେଇଛି। ଗୁରୁବାର ୨୪ଘଣ୍ଟା ମଧ୍ୟରେ ୨୦ସେଣ୍ଟିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି। ଏଥିରେ ଚେନ୍ନଇ ସମେତ କାଞ୍ଚିପୁରମ୍‌, ତିରୁଭାଲୁର, ଚେଙ୍ଗାଲେପାଟୁରେ ସର୍ବାଧିକ କ୍ଷୟକ୍ଷତି ଘଟିଛି। ଚେନ୍ନଇ ମହାନଗରୀ ବର୍ଷା ପାଣିରେ ଉବୁଟୁବୁ ହେଉଛି। ବିଭିନ୍ନ ସ୍ଥାନରେ ଘର ଭୁଶୁଡ଼ି ଓ ବିଦ୍ୟୁତ୍‌ ଆଘାତରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ଖବର ମିଳିଛି। ଚେନ୍ନଇରେ ଟ୍ରେନ୍‌ ଓ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲାବେଳେ ସର୍ବସାଧାରଣ ଗମନାଗମନ ଅଚଳ ହୋଇପଡ଼ିଛି। ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟରେ ସତର୍କତା ଜାରି କରାଯାଇଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର ଓ ସହାୟତା କାର୍ଯ୍ୟ ଜାରି ରହିଛି। ଆଗକୁ ଆହୁରି ବର୍ଷା ଆଶଙ୍କା ଥିବାରୁ ସତର୍କତା ଅବଲମ୍ବନ କରାଯାଇଛି।

Comments are closed.