ଦୁଇଦିନ ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟରେ ବିକ୍ଷିପ୍ତ ଭାବେ ବର୍ଷା ହେବ। ପାଗ ମେଘୁଆ ରହିବା ସହ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି। ୪ରୁ ପାଗରେ ପରିବର୍ତ୍ତନ ହେବା ସହ ଖରା ବଢ଼ିବ। ବୁଧବାର ଦିନ ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ସୋନପୁର, ଗଜପତି, ରାୟଗଡ଼ା ଜିଲାରେ ବର୍ଷା ହୋଇପାରେ। ଗୁରୁବାର ପୁରୀ, କଟକ, ଖୋର୍ଦ୍ଧା, କେନ୍ଦୁଝର, ମୟୂରଭଞ୍ଜ, ଢ଼େଙ୍କାନାଳ, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଜିଲାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷାର ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ୪ ଓ ୫ ତାରିଖରେ ବର୍ଷା ସମ୍ଭାବନା ନାହିଁ। ମଙ୍ଗଳବାର ସକାଳୁ ସଂଧ୍ୟା ମଧ୍ୟରେ କେବଳ ସମ୍ବଲପୁରରେ ୨୩ ମି.ମି ବର୍ଷା ହୋଇଥିବା ବେଳେ ଭୁବନେଶ୍ବରରେ ୨.୩ ମିମି ବର୍ଷା ରେକର୍ଡ କରାଯାଇଛି। ଏବେ ଆକାଶ ମେଘୁଆ ରହୁଥିବା ସତ୍ତ୍ବେ ପ୍ରବଳ ଖରା ହେଉଛି। କେବଳ ମଝିରେ ମଝିରେ କିଛି ନିର୍ଦ୍ଧିଷ୍ଟ ଅଞ୍ଚଳରେ କିଛି ସମୟ ପାଇଁ ପ୍ରବଳ ବର୍ଷା ହେଉଥିବା ବେଳେ ବାକି ସ୍ଥାନ ଶୁଖିଲା ରହୁଛି। ଦୁଇଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Comments are closed.