ବର୍ଷା ବିତ୍ପାତ; ଧୋଇନେଲା ଖୁଣ୍ଟପଡା ଗାଁ ରାସ୍ତା

ହରଭଙ୍ଗା: ଲଗାଣ ବର୍ଷା ବିତ୍ପାତରେ ହରଭଙ୍ଗା ବ୍ଲକରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ହରଭଙ୍ଗା ବ୍ଲକ ଅର୍ନ୍ତଗତ ବାଣିଭୂଷଣପୁର ପଂଚାୟତର ଖୁଣ୍ଟପଡା ଗାଁ ରାସ୍ତା ଶଗଡିଆ ନାଳର ବନ୍ୟାପାଣିରେ ଧୋଇ ହୋଇଯାଇଛି। ଫଳରେ ଗ୍ରାମର ୫୦ପରିବାର ଯିବାଆସିବାରେ ଅସୁବିଧା ଭୋଗୁଛନ୍ତି। ତୁରନ୍ତ ଗାଁ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବୀ ହେଉଛି।

Comments are closed.