ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ହରିଛି। ଫଳରେ କେତେକ ଜିଲାରେ ରବିବାର ଅଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହୋଇପାରେ। ଏନେଇ ଭୁବନେଶ୍ବରସ୍ଥିତ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ମିଳିଥିବା ସୂଚନା ଅନୁସାରେ, କୋରାପୁଟ, ଗଜପତି, କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡା, ଗଞ୍ଜାମ, ବୌଦ୍ଧ, ନୟାଗଡ, କେଉଁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁରରେ ଝଡବର୍ଷା ସହ ବଜ୍ରପାତ ହୋଇପାରେ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ରହିପାରେ। ସେହିପରି ନବରଙ୍ଗପୁର, କୋରାପୁଟ, ମାଲକାନଗିରିର କିଛି ଅଞ୍ଚଳରେ ଝଡବର୍ଷା ସହ କୁଆପଥର ମାଡ଼ ମଧ୍ୟ ହୋଇପାରେ।

‌ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ରାଜ୍ୟରେ ଏବେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର ତାପମାତ୍ରା ଖସିବାରେ ଲାଗିଛି। ହେଲେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଜାରି ରହିଛି। ଏବେ ରାଜ୍ୟରେ ଆଜିଠାରୁ ଆହୁରି ୪ଦିନ ଯାଏ ଅର୍ଥାତ୍‌ ୫ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ଜାରି ରହିବ।

Comments are closed.