୩୦ଯାଏ ବର୍ଷା ; ରବିବାର ୩ ଜିଲ୍ଲା ପାଇଁ ସତର୍କ ସୂଚନା

0

ଭୁବନେଶ୍ବର : ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଛି। ଏହା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପର ରୂପ ନେଇପାରେ।  ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ରବିବାର ଠାରୁ ୩୦ ତାରିଖ ଯାଏ ବର୍ଷାର ସମ୍ଭାବନା ରହିଥିବା ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୂମାନ କରାଯାଇଛି।

ରବିବାର ​ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ଉପକୂଳ ଓଡ଼ିଶାର ଅନେକ ସ୍ଥାନ ସମେତ ଦକ୍ଷିଣ ଉପକୂଳ ଓଡ଼ିଶାର ଅଳ୍ପ କେତେକ ସ୍ଥାନରେ ଘଡ଼ଘଡ଼ି ସାଙ୍ଗକୁ ବର୍ଷାର ସମ୍ଭାବନା ରହିଛି। ତେବେ ଆଭ୍ୟନ୍ତରୀଣ ଓଡ଼ିଶାର ପୃଥକ ପୃଥକ ସ୍ଥାନ​‌ରେ  ବର୍ଷାର ସମ୍ଭାବନା ରହିଛି । ଏ ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସ୍ବତନ୍ତ୍ର ବୁଲେଟିନ୍ ଜାରି କରାଯାଇଛି।

ତେବେ ସୋମବାର ଦିନ ଗଞ୍ଜାମ, ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡା,ଯାଜପୁର,ଭଦ୍ରକ ଏବଂ ବାଲେଶ୍ବରର ପୃଥକ ପୃଥକ ସ୍ଥାନ​‌ରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ସମୁଦ୍ର ତଟରେ ରହୁଥିବା ଲୋକଙ୍କୁ ଏ ନେଇ ସତର୍କ କରାଯାଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍.ଆର୍.ବିଶ୍ୱାସ ସୂଚନା ଦେଇଛନ୍ତି।

Leave A Reply