୧୩ଟି ଜିଲ୍ଲାରେ ବର୍ଷା ସମ୍ଭାବନା

0

ଭୁବନେଶ୍ବର: ଉତ୍ତର ଛତିଶଗଡ ଓ ଏହାର ଆଖପାଖ ଅଞ୍ଚଳରେ ସକ୍ରିୟ ଥିବା ପୂର୍ଣ୍ଣି ବଳୟ ପ୍ରଭାବରେ ଓଡିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ, ଅନୁଗୁଳ, ଦେବଗଡ, ସମ୍ବଲପୁର, ଝାରସୁଗୁଡା, ନବରଙ୍ଗପୁର ଓ କଳାହାଣ୍ଡି ଜିଲାର ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଏହି ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି । ଶୁକ୍ରବାର ବାରିପଦାରେ ସର୍ବଧିକ ତାପମାତ୍ରା ୩୪ ଡିଗ୍ରୀ ସେଲସିୟସ୍ ଏବଂ ସର୍ବନିମ୍ନ ତାପମାତ୍ରା ୧୮ ଡିଗ୍ରୀ ସେଲସିୟସ୍ ସୁନ୍ଦରଗଡରେ ରେକର୍ଡ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ବଲାଙ୍ଗୀର ଜିଲାର ବେଲଗାଁ, ମୟୁରଭଞ୍ଜ ଜିଲାର ତିରିଙ୍ଗ ଓ ସୁନ୍ଦରଗଡ ଜିଲାର ହେମଗିରରେ ସର୍ବାଧିକ ୭ ସେମି ବର୍ଷା ରେକର୍ଡ କରାଯାଇଛି ।

Leave A Reply