ମୌସୁମୀ ଟ୍ରଫ ଲାଇନ ସକ୍ରିୟ ; ୪ଜିଲାରେ ବର୍ଷିବ

0

ଭୁବନେଶ୍ୱର : ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ମୌସୁମି ଟ୍ରଫଲାଇନ ସକ୍ରିୟ ରହିଛି। ଏହାର ପ୍ରଭାବରେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ତିନିଦିନ ଧରି ବର୍ଷାର ସୂଚନା ଥିବାବେଳେ ଓଡ଼ିଶାରେ ଆସନ୍ତାକାଲିଠାରୁ ୨ତାରିଖ ମଧ୍ୟରେ କିଛି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଆସନ୍ତାକାଲି ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱରରେ ଅଧିକ ବର୍ଷା ହୋଇପାରେ। ସେପ୍‍ଟେମ୍ବର ୧ ଓ ୨ରେ ମଧ୍ୟ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply