ବର୍ଷା ପ୍ରଭାବ ଆଉ ୨୪ଘଣ୍ଟା

0

ଭୁବନେଶ୍ୱର : ଉତ୍ତରପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡ଼ିଶା ମଧ୍ୟରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଉତ୍ତର ଓଡ଼ିଶା ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଛି। ଲଘୁଚାପ କେନ୍ଦ୍ରୀଭୂତ ଅଞ୍ଚଳରେ ସମୁଦ୍ର ପତ୍ତନଠାରୁ ୭କିମି ଉପରେ ଏକ ଘୂର୍ଣ୍ଣିବଳୟ ରହିଛି। ଲଘୁଚାପ ସୃଷ୍ଟି ହୋଇଥିବା ଅଞ୍ଚଳରେ ମୌସୁମି ସକ୍ରିୟ ରହିଥିବାରୁ ଏହାର ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।
ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀ ସମୁଦ୍ରକୁ ନଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷାର ସମ୍ଭାବନା ଥିବାବେଳେ ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡ଼ା ଓ ବରଗଡ଼ରେ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟାରେ ମାଲକାନଗିରି ଜିଲାର ମାଥିଲି ବ୍ଳକରେ ସର୍ବାଧିକ ୧୮୩ମିମି ବର୍ଷା ରେକର୍ଡ଼ କରାଯାଇଥିବାବେଳେ ସୁନ୍ଦରଗଡ଼ର ରାଜଗାଙ୍ଗପୁରରେ ୧୮୦, ମାଲକାନଗିରିର ଖଇରପୁଟରେ ୧୭୯, କୋରାପୁଟ କୋଟପାଡ଼ରେ ୧୭୫, ସୁନ୍ଦରଗଡ଼ର କୁଅାଁରମୁଣ୍ଡାରେ ୧୪୫ମିମି ବର୍ଷିଛି। ରାଜ୍ୟର ୧୪ଟି ବ୍ଲକରେ ୧୦୦ମିମିରୁ ଅଧିକ ବର୍ଷା ହୋଇଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ହାରାହାରି ୩୦ମିମି ବର୍ଷା ରେକର୍ଡ଼ କରାଯାଇଛି। ପାଞ୍ଚଟି ଜିଲାରେ ୫୦ରୁ ୧୦୦ମିମି ପର୍ଯ୍ୟନ୍ତ ବର୍ଷିଛି। ସୁନ୍ଦରଗଡ଼ରେ ୮୭, ମାଲକାନଗିରିରେ ୮୫, କୋରାପୁଟରେ ୮୬, ଝାରସୁଗୁଡ଼ାରେ ୭୬, ବାଲେଶ୍ୱରରେ ୮୩, ବାରିପଦାରେ ୫୨, ହୀରାକୁଦରେ ୭୩ ଓ ଦାରିଙ୍ଗବାଡ଼ିରେ ୭୧ ମିମି ବର୍ଷା ହୋଇଛି।

Leave A Reply