ଲଘୁଚାପ ବର୍ଷାରେ ଧାନବିଲ ଜଳମଗ୍ନ

0

ସୁଆଣ୍ଡୋ: ଦୁଇଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ହେବାରୁ ସତ୍ୟବାଦୀ ବ୍ଲକରେ ଧାନଜମି ଗୁଡିକ ଜଳମଗ୍ନ ହୋଇଯାଇଛି। ତଳି ବୁଣା ଯାଇଥିବା ଧାନଗଛ ଉପରେ ଆଣ୍ଠୁଏ ପାଣି ହୋଇଛି । ଗତ ବର୍ଷାରେ ଅନେକ କ୍ଷତି ହୋଇଥିଲା । ଧାର କରଜ କରି ଚାଷୀମାନେ ପୁଣି ତଳି ପକାଇ ଥିଲେ । ଏହି ବର୍ଷା ଯୋଗୁଁ ସବୁ ତଳି ନଷ୍ଟ ହୋଇଯାଇଛି । ସରକାରଙ୍କ ପକ୍ଷରୁ ଚାଷୀ ମାନଙ୍କୁ ଏ ବିପତ୍ତି ବେଳେ ସାହାଯ୍ୟ କରିବା ପାଇଁ ଚାଷୀ ସଂଗଠନ ପକ୍ଷରୁ ଦାବି କରାଯାଇଛି ।

Leave A Reply