୧୦ଟି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

0

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ପାଗ ମେଘୁଆ  ରହିଛି । ତେବେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ବର, ଝାରସୁଗୁଡା, ସମ୍ବଲପୁର, ମାଲକାନାଗିରି, କୋରାପୁଟ, ନବରଙ୍ଗପୁର ଓ ରାୟାଗଡା ଆଦି ୧୦ଟି ଜିଲାର କେତେକ ସ୍ଥାନରେ ଘଡଘଡି ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।  ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ପୂର୍ବାନୁମାନ କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲାର ବାମରା ଠାରେ ସର୍ବଧିକ ୪ ସେ.ମି ବର୍ଷା ରେକର୍ଡ କରାଯାଇଛି। ସେହିପରି  ରାୟଗଡା ଜିଲାର ଗୁଡାରୀ, କେନ୍ଦୁଝର ତେଲକୋଇରେ, ଗଞ୍ଜାମର ଗୋପାଳପୁର, ସୁବର୍ଣ୍ଣପୁରର ତରଭା, ସୁନ୍ଦରଗଡ଼ର ପାନପୋଷ,ଓ ଝାରସୁଗୁଡାର ଲଖନପୁର ସମେତ ଅନେକ ସ୍ଥାନରେ ୩ ସେ.ମି ଲେଖାଁଏ ବର୍ଷା ରେକର୍ଡ କରାଯାଇଛି।

Leave A Reply