୩ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା

0

ଭୁବନେଶ୍ୱର : ରାଜ୍ୟରେ ବର୍ଷାର ପ୍ରକୋପ ହ୍ରାସ ପାଇଛି। ତେବେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ତିନୋଟି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ  ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ଆସନ୍ତା ୨୪ଘଣ୍ଟା ବାଲେଶ୍ୱର, ସୁନ୍ଦରଗଡ଼ ଓ ମୟୁରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।
ସେହିପରି ସୋମବାର ରାଜ୍ୟର କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଜିଲ୍ଲାର ଅଳ୍ପ କେତେକ ସ୍ଥାନରେ ଘଡଘଡ଼ି ସାଙ୍ଗକୁ ବର୍ଷାର ପୂର୍ବାନୁମାନ କରାଯାଇଛି।
ଗତ ୨୪ ଘଣ୍ଟା ମଧ୍ୟରେ ବୁର୍ଲା, ରେଙ୍ଗାଲି, ବୀରମହାରାଜପୁର, ଅମ୍ଭାବନା ଏବଂ ଲହୁଣିପଡ଼ାଠାରେ ୩ ସେମି ଲେଖାଁଏ ବର୍ଷା ରେକର୍ଡ କରାଯାଇଛି।

Leave A Reply