ଉତ୍ତର ଭାରତରେ ବର୍ଷା ତାଣ୍ଡବ

0

ନୂଆଦିଲ୍ଲୀ: ଉତ୍ତର ଭାରତରେ ପ୍ରବଳ ବର୍ଷାରେ ଜନଜୀବନ ବ୍ୟାହତ ହୋଇଛି। ପ୍ରବଳ ବର୍ଷା ଯୋଗୁଁ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି। ଉତ୍ତରପ୍ରଦେଶର ଗାଜିଆବାଦ୍‍ ଜିଲାରେ ସମସ୍ତ ସ୍କୁଲ୍‍ କଲେଜ୍‍ ବନ୍ଦ ପାଇଁ ସରକାରୀ ନିର୍ଦେଶ ଜାରି କରାଯାଇଛି।
ଦିଲ୍ଲୀର ତାପମାତ୍ର ୬ ଡିଗ୍ରୀ ସେଲ୍‍ସିୟସ୍‍ ହ୍ରାସ ପାଇ ୨୮.୭ ଡିଗ୍ରୀରେ ପହଞ୍ଚିଛି। ଦିଲ୍ଲୀର ସଫଦରଜଙ୍ଗରେ ଆଜି ସକାଳ ୮.୩୦ରେ ୪.୬ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ଉତ୍ତରପ୍ରଦେଶର ଓରାଇରେ ୨୧ ସେମି ବର୍ଷା ହୋଇଥିବା ବେଳେ ଆଗ୍ରା, ମଥୁରାରେ ୧୫ ସେମି, ଜଲଉଁରେ ୧୪ ସେମି, ବରେଲିରେ ୧୧ ସେମି ବର୍ଷା ରେକର୍ଡ କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ଭଗବାନପୁରରେ ଛାତ ଭୁଶୁଡ଼ି ଦୁଇଜଣ ଶିଶୁଙ୍କ ମୃତ୍ୟୁ ଘଟିଛି।
ସେହିପରି ହରିଆଣାରେ ଗତକାଲିଠାରୁ ହାଇଆଲର୍ଟ ଜାରି କରାଯାଇଛି। ହାତୀକୁଣ୍ଡ ବ୍ୟାରେଜରେ ଜଳସ୍ତର ବୃଦ୍ଧି ପାଇଥିବାରୁ ଜମୁନାନଗର ଜିଲ୍ଲାବାସୀଙ୍କୁ ସତର୍କ ରହିବା ସହିତ ନଦୀକୁଳକୁ ନ ଯିବା ପାଇଁ କୁହାଯାଇଛି।

Leave A Reply