ଦକ୍ଷିଣ ଓଡିଶାରେ ଝଡ଼ତୋଫାନ ସହ ବର୍ଷା ସମ୍ଭାବନା

0

ଭୁବନେଶ୍ବର: ଦକ୍ଷିଣ ଓଡିଶାରେ ବିଭିନ୍ନ ଜିଲାରେ ଝଡ଼ତୋଫାନ ଓ ବଜ୍ରପାତ ସହ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆକାଶ ମେଘାଚ୍ଛନ ରହିବା ସହ ଗୋଟିଏ ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହି ସମୟରେ ସର୍ତକ ରହିବା ପାଇଁ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡିଶାର ଗୋଟିଏ ବା ଦୁଇଟି ସ୍ଥାନ ସମେତ ଦକ୍ଷିଣ ଓଡିଶାର କେତେକ ସ୍ଥାନରେ ବର୍ଷା ରେକର୍ଡ କରାଯାଇଛି। କଟକ ଜିଲା ସହର ସମେତ ନିଶ୍ଚିତକୋଇଲି, କେନ୍ଦ୍ରାପଡାର ଦେରାବିଶ ଓ ବାଲେଶ୍ବର ଜିଲା ସୋର ଆଦି ଅଞ୍ଚଳରେ ସର୍ବାଧିକ ୩ ସେମି ବର୍ଷା ରେକର୍ଡ କରାଯାଇଛି।

Leave A Reply