ସାରା ରାଜ୍ୟରେ ଲଗାଣ ବର୍ଷା ; ବନ୍ୟା ଭଳି ସ୍ଥିତି ନାହିଁ-ଏସଆରସି

0
ଭବାନୀପାଟଣାରେ ୨୯୯, ପୁରୀରେ ୨୦୧ ଓ ଭୁବନେଶ୍ବରରେ ୧୨୩ମି.ମି ବର୍ଷା

ଭୁବନେଶ୍ୱର : ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳ ସମେତ  ଓଡ଼ିଶା ଓ ପଶ୍ଚିମବଙ୍ଗ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶାର ରାୟଗଡା, କନ୍ଧମାଳ, ନବରଙ୍ଗପୁର, ପଶ୍ଚିମ ଓଡ଼ିଶାର ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡା, କଳାହାଣ୍ଡିରେ ପ୍ରବଳ ବର୍ଷା ହୋଇଛି। ସେହିପରି ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଢେଙ୍କାନାଳ, ଓ କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅବିଶ୍ରାନ୍ତ ବର୍ଷା ଲାଗି ରହିଛି।

ତେବେ ଆଜି ସକାଳୁ କଟକ- ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ଲଗାଣ ବର୍ଷା ଲାଗି ରହିଛି। ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ଓ ବଜ୍ରପାତ ନେଇ ପାଣିପାଗ ବିଭାଗ ପକ୍ଷରୁ  ସତର୍କ ସୂଚନା ଜାରି କରାଯାଇଛି। ଭବାନୀପାଟଣାରେ ସର୍ବାଧିକ ୨୯୯ମି.ମି ବର୍ଷା ରେକର୍ଡ କରାଯାଇଥିବା ସ୍ବତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ କହିଛନ୍ତି। ସେହପରି ପୁରୀରେ ୨୦୧ ଓ ଭୁବନେଶ୍ବରରେ ୧୨୩ମି.ମି ବର୍ଷା ହୋଇଥିବା  ଶ୍ରୀ ସେଠୀ କହିଛନ୍ତି। ତେବେ ରାଜ୍ୟରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇ ନାହିଁ ବୋଲି ସେ କହିଛନ୍ତି। ​‌

ବର୍ଷା ଲାଗି ରହିବାରୁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି। ପୁରୀ, ରାୟଗଡ଼ା, ଗଞ୍ଜାମ, କଳାହାଣ୍ଡି ଆଦି ଜିଲାରେ ଅତି ପ୍ରବଳ ବର୍ଷା ଯୋଗୁ ବଂଶଧାରା ନଦୀରେ ଜଳସ୍ତର ବୃଦ୍ଧି ପାଇଛି । ପୁରୀରେ ମଧ୍ୟ ବର୍ଷା ଲାଗି ରହିଛି । ବର୍ଷା ଯୋଗୁଁ ପୁରୀ ମାର୍କେଣ୍ଡେୟ ପୁଷ୍କରିଣୀର ପ୍ରାୟ ୧୦୦ ଫୁଟ୍‌ର ପାଚେରି ଭୁଶୁଡ଼ି ପଡ଼ିଛି। ଶରଧାବାଲିରେ ରଥ ଉପରେ ଥିବା ଶ୍ରୀ ଜୀଉମାନଙ୍କର ନୀତିକାନ୍ତିରେ ବିଳମ୍ବ ହୋଇଛି।

Leave A Reply