ସ୍ୱାଭାବିକଠାରୁ ୨ ପ୍ରତିଶତ କମ୍ ବର୍ଷା

ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସ୍ୱାଭାବିକଠାରୁ ୨ ପ୍ରତିଶତ କମ୍ ବର୍ଷା ହୋଇଛି। ଗତକାଲି ସୁଦ୍ଧା ରାଜ୍ୟରେ ବର୍ଷାର ପରିମାଣ ୮୩୩.୯ ମିଲିମିଟର, ଖୋର୍ଦ୍ଧା, ପୁରୀ, ବାଲେଶ୍ୱର ଓ ଗଜପତିରେ କମ୍ ବର୍ଷା, ମାଲକାନଗିରିରେ ୧୪୩୯.୮ ମିମି ବର୍ଷା, ସ୍ୱାଭାବିକଠାରୁ ୫୩% ଅଧିକ ଥିଲା। ରାଜ୍ୟରେ ବର୍ଷା ସ୍ଥିତି ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସେହିପରି ଘୂର୍ଣ୍ଣିବଳୟ ପ୍ରଭାବରେ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଲଘୁଚାପ ପ୍ରଭାବରେ ମୌସୁମି ସକ୍ରିୟ ହେବା ସହିତ ରାଜ୍ୟରେ ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ ବର୍ଷା ଲାଗିରହିବ। ମୌସୁମି ଏବେ ସକ୍ରିୟ ଥିବାବେଳେ ୨୮ ପର୍ଯ୍ୟନ୍ତ ଏହାର ପ୍ରଭାବ ମାଧ୍ୟମରୁ ପ୍ରବଳ ବର୍ଷା ହେବ।

Comments are closed.