୨୮ରୁ ଘୂର୍ଣ୍ଣିଝଡ଼

ଭୁବନେଶ୍ବର : ରାଜ୍ୟରେ ତାତି ବଢ଼ିବାରେ ଲାଗିଛି। ଗୁରୁବାର ରାଜ୍ୟର ଦୁଇଟି ସହର ବଲାଙ୍ଗୀର, ସୋନପୁରରେ ତାପମାତ୍ରା ୩୮ଡିଗ୍ରୀ ଉପରେ ରହିଛି। ଅନୁଗୋଳ, ବାରିପଦା, ଟିଟିଲାଗଡ଼, ନୟାଗଡ଼ ଓ ବୌଦ୍ଧ ଆଦି ୫ଟି ଜିଲାରେ ପାରଦ ୩୭ଡ଼ିଗ୍ରୀ ଉପରେ ଥିବାବେଳେ ପ୍ରାୟ ୧୩ଟି ସହର ୩୬ଡ଼ିଗ୍ରୀ ଉପରେ ରହିଛି। ଆସନ୍ତା ୪୮ଘଣ୍ଟା ଭିତରେ ରାଜ୍ୟର ସର୍ବାଧିକ ତାପମାତ୍ରା ୨ରୁ ୩ଡ଼ିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି।
ତେବେ ଆସନ୍ତା ୨୮ତାରିଖରେ କଳାହାଣ୍ଡି, ନୂଅାପଡ଼ା, ବଲାଙ୍ଗୀର, ମୟୂରଭଞ୍ଜ ଓ ବାଲେଶ୍ବରରେ ଘଡ଼ଘଡ଼ି ସହିତ ବର୍ଷାର ସମ୍ଭାବନା ରହିଛି। ସେହିପରି କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, କନ୍ଧମାଳ, ରାୟଗଡ଼ା ଓ ନୟାଗଡ଼ରେ ଆସନ୍ତା ୨୯ରେ ଏବଂ ମୟୂରଭଞ୍ଜ, ନୟାଗଡ଼, କନ୍ଧମାଳ, କଟକ, ଢ଼େଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଆସନ୍ତା ୩୦ରେ ଘଡ଼ଘଡ଼ି ସହିତ ବର୍ଷା ଏବଂ ୩୦ରୁ ୪୦କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ୨୮ରୁ ୩୦ ପର୍ଯ୍ୟନ୍ତ ଉପରୋକ୍ତ ଜିଲାରେ ଘୂର୍ଣ୍ଣିଝଡ଼ର ସମ୍ଭାବନା ଥିବାରୁ ସତର୍କ ରହିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ନିଂ ଜାରି କରାଯାଇଛି।

Comments are closed.